ନୂଆଦିଲ୍ଲୀ ୦୧।୧୦ : ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ହିନ୍ଦୁକୁଶ ସ୍ଥଳଭାଗରେ ଆଜି ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ନାହିଁ ସୂଚନା ।

ଭାରତୀୟ ସେସମୋଲୋଜି କେନ୍ଦ୍ର ସୂଚନାନୁସାରେ, ସକାଳ ପ୍ରାୟ ୬:୫୯ ମିନିଟ୍ ସମୟରେ ଏହି ଭୂକମ୍ପର ଝଟକା ରେକର୍ଡ କରାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିଲା। ହିନ୍ଦୁକୁଶ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପର କେନ୍ଦ୍ରବିନ୍ଦୁ ରହିଥିବା ବେଳେ, ଏହାର କମ୍ପନ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ଭୂକମ୍ପ ସମୟରେ ଆତଙ୍କିତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ।

Also Read:-ଓଡ଼ିଶା ବନ୍ଦ ଡାକରା ; କେଉଁଠି ଢିଲା ତ କେଉଁଠି ଟାଇଟ୍ , ପୁଣି ୮ରେ କଂଗ୍ରେସ କରିବ ଷ୍ଟ୍ରାଇକ୍

ସେହିପରି ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଧନଜୀବନ କ୍ଷତି କିମ୍ବା ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିନାହିଁ। ହିନ୍ଦୁକୁଶ ଅଞ୍ଚଳ ଭୌଗୋଳିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ସିସମିକ୍ ଜୋନରେ ଆସୁଥିବାରୁ ଏଠାରେ ଅନେକ ସମୟରେ ଏପରି ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ।