ଛତ୍ରପୁର ୧୭।୫: ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରାଧି ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଅଭିଯାନ ଆରମ୍ଭ ହୋଇଛି । ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଚଢାଉ ଜାରି ରହିଛି । ୧୧ ଦିନରେ ମୋଟ ୪୪୪ ଜଣକୁ ୱାରେଣ୍ଟି ଧରାପଡିଛନ୍ତି । ଏହି ବ୍ୟକ୍ତିମାନେ ଅପରାଧ କରି ଦୀର୍ଘ ଦିନ ହେଲା ଫେରାର ରହିଥିଲେ ।

ପୋଲସରା ଥାନା ପକ୍ଷରୁ ସର୍ବାଧିକ ୪୪, ଖଲ୍ଲିକୋଟରୁ ୩୩, ପୁରୁଷୋତ୍ତମପୁରରୁ ୩୦, ତାରସିଂରୁ ୨୯, ଗାଙ୍ଗପୁରରୁ ୨୬, ଛତ୍ରପୁରରୁ ୨୫, ହିଞ୍ଜିଳି ଥାନା ପକ୍ଷରୁ ୨୫ ଜଣ ୱାରେଣ୍ଟିକୁ ଗିରଫ କରାଯାଇଛି । ଛତ୍ରପୁର ଉପଖଣ୍ଡ ସ୍ତରରେ ୮୯, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରରେ ୧୧୧, ଆସିକା ଉପଖଣ୍ଡ ସ୍ତରରେ ୧୦୯ ଓ ଭଞ୍ଜନଗର ଉପଖଣ୍ଡ ସ୍ତରରେ ୧୩୫ ଜଣକୁ ଗିରଫ କରାଯାଇଛି ।

Also Read:- ହାଜର ପାଇଁ କୋର୍ଟରେ ଚକର କାଟି କାଟି ନିରାଶ, ଥାନାରୁ ସର୍ତ୍ତମୂଳକ ଜାମିନରେ ଛାଡ଼ିଲା ପୋଲିସ

ଏହି ଅଭିଯାନରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଚୋରି, ଲୁଟ, ମାରପିଟ ଏବଂ ଅନ୍ୟାନ୍ୟ ଅପରାଧରେ ସଂପୃକ୍ତ ରହି ଫେରାର ରହିଥିଲେ । ସେହିପରି ଦୀର୍ଘ ଦିନ ଧରି କୋର୍ଟ ହାଜର ହେଉନଥିବା ଏବଂ ଅପରାଧିଙ୍କୁ ଆଇନର ପରିସରକୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅପରାଧୀଙ୍କ ବିରୋଧରେ ଏହି ଶୂନ୍ୟ ସହିଷ୍ଣୁତା ନୀତି ଜାରି ରହିବ । ଆଗମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବା ସହ ଆହୁରି ବ୍ୟାପକ କରାଯିବ ବୋଲି ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଦେଇଛନ୍ତି ।