ନୂଆଦିଲ୍ଲୀ, ୦୮/୦୯ : ଭୂମିକମ୍ପରେ ଥରିଲା ଆସାମ । ମଙ୍ଗଳବାର ସକାଳ ୯ଟା୫୭ ମିନିଟରେ ରାଜ୍ୟର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାତ ତୀବ୍ରତା ୪.୧ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ସକାଳେ ଗୌହାଟୀ ସମେତ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଗୌହାଟୀ ସମେତ ଅନେକ ସହରରେ ଝଟକା ଲାଗିଛି । ଝଟକା ଲାଗିବା ପରେ ଲୋକେ ଭୟରୁ ଚାଲି ଆସିଥିଲେ । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

ମିଡିଆ ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଗୌହାଟୀଠାରୁ ୮୧ କିମି ଦୂରରେ ଭୂପୃଷ୍ଠରୁ ୧୦ କିମି ତଳେ ରହିଥିଲା । ଏହାକୁ ନେଇ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।

Also Read :- ସୈଫ୍-କରୀନାଙ୍କ ବିବାହରେ ମାଜୁଥିଲେ ବାସନ; ଆଜି 'ବିଗ୍ ବସ୍ ୨୦'ରେ ଧମାଲ କରୁଛନ୍ତି 'ପଞ୍ଚାୟତ' ଫେମ୍ ଆସିଫ୍ ଖାନ

ଗତ କିଛି ଦିନ ଧରି ଉତ୍ତରପୂର୍ବ ଭାରତର ଅନେକ ସ୍ଥାନରେ ଲଗାତାର ଭୂମିକମ୍ପର ଝଟକା ଲାଗୁଛି । ଗତ ମାସରେ ଭାରତର ପଡୋଶୀ ଦେଶ ନେପାଳରେ ଭୂମିକମ୍ପ ସହ ବନ୍ୟା ଆସିଥିଲା । ତିବତରେ ମଧ୍ୟ ଝଟକା ଲାଗିଥିଲା । ଯାହା ଫଳରେ ହିମସ୍ଖଳନ ହୋଇ ବନ୍ୟା ଆସିଥିଲା । ଫଳରେ ନେପାଳରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ।