ବଲାଙ୍ଗିର: ଷ୍ଟେସନରେ ଏତେ ଟଙ୍କା କାହାର? କାରଣ ଜବତ ଟଙ୍କାର ମୂଲ୍ୟ ଶୁଣିଲେ ଆପଣ ବି ହୋଇଯିବେ ତାଜୁବ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରକେ ୪୦ ଲକ୍ଷ । ବଲାଙ୍ଗିର ଟିଟିଲାଗଡ଼ କେସିଙ୍ଗା ରେଳ ଷ୍ଟେସନରୁ ଜବତ ହୋଇଛି ଏତେ ଟଙ୍କା । ଆରପିଏଫ ପୋଲିସ ହାତରେ ଲାଗିଥି ଏତେ ଗୁଡିଏ ଟଙ୍କା । ଖାଲି ସେତିକି ନୁହେଁ ୪୦ ଲକ୍ଷ ଟଙ୍କା ସହ ଧରାପଡ଼ିଥିବା ଯୁବକଙ୍କ ବୟାନ ବି ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ବୁଲୁଥିବା ଦେଖି ତାଙ୍କୁ ଅଟକ ରଖିଥିଲା । ଯୁବକଙ୍କଠାରୁ ବିଡାବିଡା ଟଙ୍କା ବାହାରି ଥିଲା ଯାହାକି ୪୦ ଲକ୍ଷ ଟଙ୍କା ରହିଥିଲା । ଏନେଇ ଟିଟିଲାଗଡ଼ ଆରପିଏଫ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମ ବଙ୍ଗର ପ୍ରଭାସ ସାମୁଏଲ ।

Also Read...ସାବଧାନ... ଅଟୋକୁ ଲାଗିଛି ହେଲ୍‌ମେଟ୍‌ ଫାଇନ୍, ପୈଠ ନକଲେ...

ତେବେ ଶୁକ୍ରବାର ଜବତ ହୋଇଥିବା ଟଙ୍କାକୁ ଆୟକର ବିଭାଗ ର ଅଧିକାରୀ ଆସି ଅଧିକ ତଦନ୍ତ କଲେ ସ୍ପଷ୍ଟ ହେବ ନଗଦ ଟଙ୍କା କାହାର ଓ କେଉଁଠିକୁ ଯାଉଥିଲା ବୋଲି ସୂଚନା ଦେଇଛନ୍ତି ଟିଟିଲାଗଡ଼ ଆର ପି ଏଫ ଥାନା ଅଧିକାରୀ । ତେବେ ଏତେ ଟଙ୍କା ବାହାଘର ପାଇଁ ଯୁବ ଜଣକ ନେଇକି ଯାଉଥିବା କହିଥିବା ବେଳେ ପଶ୍ଚିମବଙ୍ଗରୁ ରାଇପୁର ପର୍ଯ୍ୟନ୍ତ ଯାଉଥିବା ଜଣାପଡିଛି। ତେବେ ଏହା ସତରେ ବାହାଘର ପାଇଁ ନା ରହିଛି ଏହାରି ଭିତରେ ଆଉ କିଛି କାରଣ ତାହା ଆୟକର ବିଭାଗ ତଦନ୍ତ ପରେ ସ୍ପଷ୍ଟ ହେବ।