କରଞ୍ଜିଆ,୧୦|୦୭ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ଗୋଡେଇ ଧରିଲା । ଏହାସହ ଜବତ କଲା ଗୋଟିଏ ମାରୁତି ୮୦୦ କାର, ଲୁହା ରଡ଼, ଶାବଳ, ସ୍କୃ ଡ୍ରାଇଭର, ପ୍ଲାସ ଓ ୩ ଟି ମୋବାଇଲ ।

ରିପୋର୍ଟ ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ମତା ଏବଂ ଦରି ଗାଁର ମଝାମଝି ରାସ୍ତାରେ ବସି କିଛି ଡକାୟତ ଡକାୟତି ଯୋଜନା କରୁଥିଲେ । ସେମାନେ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ସେମାନଙ୍କୁ ପୋଲିସ ପିଛା କରିଥିଲା । ଏହାସହ ୩ ଡକାୟତଙ୍କୁ ଗଡ଼ାଇ ଧରିବାରେ ସଫଳ ହୋଇଥିଲା ।

Also Read :- ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ, ୨୩ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

ଗିରଫ ୩ ଡକାୟତ କରଞ୍ଜିଆ ଥାନା ମହାଦେଉଦେଉଳି ଗାଁର ରାଜୁ ନାଏକ, ଜମୀର ଖାନ ଓ ରାଜେନ୍ଦ୍ର ମୁଣ୍ଡା ବୋଲି ଜଣା ପଡିଛି । କରଞ୍ଜିଆ ଥାନାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି ।