ଅନୁଗୁଳ: ଭଡ଼ା ଘରେ ଚାଲିଥିଲା ଧଳା ଜହର କାରବାର। ଖବର ପାଇ ଚଢ଼ାଉ କଲେ ସ୍ପୋଶଲ ସ୍କ୍ବାଡ। ଆଉ ଚଢ଼ାଉରୁ ୨୮ ଗ୍ରାମ ଓଜନର ଧଳା ଜହର ଜବତ ହୋଇଥିବା ବେଳେ, ୨ ଜଣକୁ ଅଟକ ରଖିଛି ଅନୁଗୁଳ ପୋଲିସର ସ୍ପେଶାଲ ସ୍କ୍ବାଡ।

ସୂଚନା ଅନୁସାରେ, ମଙ୍ଗଳବାର ହାତୀଶାଳପଡ଼ା ସ୍ଥିତ ଭଡ଼ା ଘରେ ଧଳାଜହର କାରବାର ଚାଲିଥିବା ନେଇ ଖବର ପାଇ ଅନୁଗୁଳ ପୋଲିସର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରିଥିଲା। ଟିମ୍ ସହ ଏସପି ନିଜେ ପହଞ୍ଚି ରେଡ୍ କରିଥିଲେ। ହେଲେ ଭିତରର ଦୃଶ୍ୟ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । କାରଣ ଭିତିରେ ପୁଳା ପୁଳା ଟଙ୍କା ସାଙ୍ଗକୁ ବ୍ରାଉନ ସୁଗାର।

ଜବତ ବ୍ରାଉନ ସୁଗାରର ଓଜନ ପ୍ରାୟ ୨୮ ଗ୍ରାମ ହେବ । ସେହିପରି ୨୬ ଲକ୍ଷ ଟଙ୍କାର ନଗଦ ନୋଟ୍ ଜବତ ହୋଇଛି । ଚଢାଉ ସମୟରେ ସେଠି ଉପସ୍ଥିତ ଥିବା ୨ ଜଣ ବେପାରୀ ଖସିଯିବାକୁ ଚେଷ୍ଟା କରୁଥିଲେବି ପୋଲିସ କବଳରୁ ଖସିପାରିନଥିଲେ। ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ? ଧଳା ଜହରର ମାଷ୍ଟର ମାଇଣ୍ଡ କିଏ ତାର ତନାଘନା କରୁଛି ପୋଲିସ । ଦୋଷୀଙ୍କ ବିରୋଧରେ ଦୃଢ଼ ଆକ୍ସନ ନିଆଯିବ ବୋଲି କହିଛନ୍ତି ଅନୁଗୁଳ ଏସପି ।