ଆନନ୍ଦପୁର ୨୬।୯: ଲଗାଣ ବର୍ଷାରେ ଦବିଗଲା ଘସିପୁରା ବ୍ଲକ ରେମାଳ ନଦୀର ଦରଳିପାଲ ପୋଲ । ପ୍ରାୟ ୨୫ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପୋଲର ଗୋଟିଏ ସ୍ପାନ୍ ଦବିଯିବା ପରେ ପୋଲଟି ଏବେ ବିପଦସଙ୍କୁଳ ହୋଇପଡ଼ିଛି । ଅଘଟଣ ଆଶଙ୍କାରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

ଏପଟେ ଏହି ପୋଲ ଉପରେ ନିର୍ଭର କରୁଥିବା ପ୍ରାୟ ୧୦ଟି ପଞ୍ଚାୟତର ଲୋକେ ଏବେ ଚିନ୍ତାରେ । ପ୍ରାୟ ୨୫ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହୋଇଥିଲା ଏହି ପୋଲ । ଦୀର୍ଘ ବର୍ଷ ଧରି ଲୋକଙ୍କ ଯାତାୟତର ମୁଖ୍ୟ ମାଧ୍ୟମ ପାଲଟିଥିବା ଏହି ପୋଲର ଏଭଳି ଅବସ୍ଥା ଏବେ ଚିନ୍ତା ବଢ଼ାଇଛି । ପୋଲର ଗୋଟିଏ ସ୍ପାନ୍ ଦବିଯିବା ପରେ ଏହା ଦୁର୍ବଳ ହୋଇପଡ଼ିଥିବାରୁ ଯାତାୟତ ସମୟରେ ଅଘଟଣ ଆଶଙ୍କା ରହିଛି ।

Also Read:- ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗିନ, ବୈତରଣୀ-ଜଳକାରେ ବଢୁଛି ଜଳସ୍ତର

ଘଟଣାର ଗୁରୁତ୍ୱକୁ ଦେଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲର ଉଭୟ ପାର୍ଶ୍ୱର ରାସ୍ତାରେ ମାଟି ପକାଇ ଅଧା ରାସ୍ତାକୁ ବ୍ଲକ୍ କରାଯାଇଛି । ଏଥିସହ ପୋଲ ଉପରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ତେଣୁ ଦବିଯାଇଥିବା ପୋଲକୁ ତୁରନ୍ତ ମରାମତି କରିବା ସହ ଏଠାରେ ଏକ ନୂତନ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।