ଭୁବନେଶ୍ବର ୨୬।୯: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଛତିଶଗଡ ଓ ଝାଡଖଣ୍ଡରେ ପ୍ରବଳ ବର୍ଷା ହୋଇଛି । ମହାନଦୀରେ ପାଣି ପ୍ରବେଶ କରୁଛି । ଚାନ୍ଦିଲି ଡ୍ୟାମ୍ରୁ ୨୦୭୮ କ୍ୟୁମେକ ପାଣି ପ୍ରବେଶ କରିଛି । ଗାଲୁଡ଼ିହିରେ ୯୨.୨୦ ମିଟର, ଜାମଶୋଳାଘାଟରେ ୫୧.୬୨ ମିଟର, ରାଜଘାଟରେ ୧୦.୪୩ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ ।

ରାଜଘାଟରେ ୧୦.୪୩ ମିଟରରେ ପାଣି ପ୍ରବାହିତ ହେଉଛି । ଆଗକୁ ଆହୁରି ପାଣି ବଢିବ । ଆସନ୍ତାକାଲି ୧୧.୭୦ ମିଟର ଯାଏଁ ବୃଦ୍ଧି ପାଇବ ବନ୍ୟାଜଳ । ବୁଢ଼ାବଳଙ୍ଗରେ ଗୋବିନ୍ଦପୁରରେ ୮.୭୮ ମିଟରରେ ପାଣି ପ୍ରବାହିତ ହେଉଛି । ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି । ଆଜି ରାତି ଆହୁରି ବଢିବ ।

ଇନ୍ଦ୍ରାବତୀ ଓ କୋଲାବ ସ୍ଥିତି ନିୟନ୍ତ୍ରଣରେ ରହିଛି । ବଂଶଧାରାରେ ୫୪.୦୧ ସତର୍କ ଲେବୁଲରେ ପାଣି ଅଛି । ତଥାପି ଅନୁମାନ ହେଉଛି ଆଜି ୫୪.୩୫ ମିଟରରେ ରହି ପାଣି ଖସିବ । ଋଷିକୁଲ୍ୟାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ ।

ରାଜ୍ୟରେ ବର୍ଷା ଗତ ୨୪ ଘଣ୍ଟାରେ ବର୍ଷାର ପରିମାଣ କମିଛି । ବୈତରଣୀ ଆଖୁଆପଦା ୧୯.୪୭ ମିଟରରେ ପାଣି ପ୍ରବାହିତ ହେଉଛି । ୧୮.୩୩ ବିପଦ ସଙ୍କେତରୁ ୧ ମିଟର ଉପରେ ପାଣି ରହିଛି । ଜଳକା ନଦୀ ମଥାନୀ ୬.୭୬ ମିଟରରେ ବିପଦ ସଙ୍କେତ ଉପରେ ରହିଛି । ସାଳନ୍ଦୀର ରାଜଘାଟ ୧୯.୩୦ ଫୁଟ ବିପଦ ସଙ୍କେତ ଉପରେ ରହିଛି ପାଣି । ମହାନଦୀରେ ୧.୪୫ କ୍ୟୁସେକ ପ୍ରବେଶ କରୁଛି ଓ ୩ ଲକ୍ଷ କ୍ୟୁସେକ ପାଣି ନିଷ୍କାସନ ହେଉଛି । ହୀରାକୁଦର ୧୬ଟି ଗେଟ୍ ଖୋଲିବ । ୨୭ ତାରିଖ ରାତିରେ ୬ ଲକ୍ଷ କ୍ୟୁସେକ ପାଣି ନାରାଜରେ ପାଣି ପହଞ୍ଚିବ । ଆବଶ୍ୟକ ପଡ଼ିଲେ ହୀରାକୁଦରେ ଆଉ ଗେଟ୍ ଖୋଲିବ ।

ଦଶରଥପୁର ଠାରେ ୨ଟି ଘାଇ ହୋଇଛି । ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଘରେ ପାଣି ପଶିଛି । ଜିଲ୍ଲା ପ୍ରଶାସନ କାମରେ ଲାଗିଛନ୍ତି । ବୈତରଣୀ ଯାଜପୁର ଠାରେ ଘାଇ ଭାଙ୍ଗିବା, ଖରସ୍ରୋତାରେ ଘାଇ ଭାଙ୍ଗିବା ଫଳରେ ଅନେକ କ୍ଷତି ହୋଇଛି । ୩୯୫ଟି ରିଲିଫ୍ ସେଣ୍ଟର ୧୦ ଜିଲ୍ଲାରେ ଖୋଲା ହୋଇଛି । ୭୩୦୮୫ ଲୋକ ପ୍ରଭାବିତ । ୪୦,୩୨୯ ହଜାର ଲୋକ ରିଲିଫ୍ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଛନ୍ତି ।

୮୦ ବ୍ଲକ୍, ୩୨୫ ଗ୍ରାମ ପଞ୍ଚାୟତ, ୧୦୭୧ ଗାଁ ପ୍ରଭାବିତ । ୧୦ଟି ସହରାଞ୍ଚଳର ୪୯ଟି ୱାର୍ଡ ପ୍ରଭାବିତ ହୋଇଛି । ୪୪୮୦ ହେକ୍ଟର ଜମି ପ୍ରଭାବିତ ହୋଇଛି । ୭୨୧ଟି ଘର ଭାଙ୍ଗିଛି ବୋଲି ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୂଚନା ଦେଇଛନ୍ତି ।