ବିହାର ୦୯/ ୦୪: ଆଜିର ବ୍ୟସ୍ତବହୁଳ ଜୀବନରେ ଆମ ସମସ୍ତେ ବିଜି । ଘରେ ବସି ନିଜେ ରାନ୍ଧି ଖାଇବାର ମଜା ନେଇପାରୁନାହାନ୍ତି ସମସ୍ତେ । ଅନେକ ପରିସ୍ଥିତି ଚାପରେ ହେଉ କି ଅଳସୁଆପଣ ପାଇଁ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ପସନ୍ଦ କରୁଛନ୍ତି  । ରାନ୍ଧିବା,ବାସନ ସଫାର ଝିନଝଟ୍‌ ନାହିଁ । ଫୋନ ଧରି ଗୋଟିଏ କ୍ଲିକରେ ଆସିଯାଉଛି ମନପସନ୍ଦର ଖାଦ୍ୟ । କିନ୍ତୁ କମ୍‌ ସମୟରେ ଟେଷ୍ଟି ଖାଦ୍ୟର ମଜା ନେବା ଅନେକଙ୍କ ପାଇଁ କାଳ ସାଜୁଛି ।  ଯଦି ଆପଣ ବି ହୋଟେଲ ଓ ରେଷ୍ଟୁରାଣ୍ଟର ଖାଇବା ଖାଉଛନ୍ତି ଏଖବରକୁ ନିଶ୍ଚୟ ପଢନ୍ତୁ…

​​​​​​​

କାଳ ହେଲା ଫାଷ୍ଟ ଫୁଡ ଖାଇବା । ଅକାଳରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ ।  କଡାଇ ପନିର ଓ ମଞ୍ଚୁରିଆନ ଖାଇ ଯୁବକଙ୍କ ମୃତ୍ୟୁ । ସାଙ୍ଗ ଓ ସାନ ଭାଇ ହୋଇଛନ୍ତି ଗୁରୁତର ।ସେମାନଙ୍କର ହସ୍‌ପିଟାଲରେ ଚିକିତ୍ସା ଚାଲିଛି । ଯଦି ଆପଣ ବି ହୋଟେଲ ଓ ରେଷ୍ଟୁରାଣ୍ଟର ଖାଇବା ଖାଉଛନ୍ତି ଏଖବରକୁ ନିଶ୍ଚୟ ପଢନ୍ତୁ । ଏପରି ଚିନ୍ତାଜନକ  ଖବର ଆସିଛି  ବିହାର ଅଞ୍ଚଳରୁ । ମୃତକ ଭାବୁଆ ସହରର ୨୦ ବର୍ଷର ଯୁବକ ବିଶାଲ କୁମାର ତିୱାରି । ଘଟଣା ପରେ ପ୍ରଶାସନ ସଂପୃକ୍ତ ହୋଟେଲକୁ ସିଲ୍‌ କରି ଯାଞ୍ଚ କରିଛି।

ମଙ୍ଗଳବାର ରାତିର ଘଟଣା । ଭାବୁଆ ଅଞ୍ଚଳର ଯୁବକ ବିଶାଳ,ସାନ ଭାଇ ବିନାୟକ ଓ ସାଙ୍ଗ ରାଜକୁମାର ସିଂ ମିଶି ବାହାରୁ ଖାଇବାର ପ୍ଲାନ କରିଥିଲେ । ଓ ପ୍ଲାନ ମୁତାବକ ପାଖ ଏକ ହୋଟେଲରୁ କଡାଇ ପନିର ଓ ମଞ୍ଚୁରିଆନ ନେଇ ଆସିଥିଲେ । ୩ଜଣ ରାତି ପ୍ରାୟ ସାଢେ ୧୦ଟା ସମୟରେ ଖାଇଥିଲେ । ଖାଇବାର କିଛି ସମୟ ପରେ ବିଶାଳଙ୍କ ଦେହ ଅବସ୍ଥା ବିଗିଡିବାକୁ ଲାଗିଲା । ଲଗାତାର ବାନ୍ତି ହେଲା । ସମସ୍ତେ ଭାବିରେ ଭଲ ହୋଇଯିବ । କିନ୍ତୁ ବାନ୍ତି ବନ୍ଦ ହୋଇନଥିଲା ।  ବିଶାଲଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିଲା । ତାଙ୍କୁ ପ୍ରାୟ ଭୋର୍‌ ସାଢେ ୪ଟା ସମୟରେ ଭାବୁଆ ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶାଲଙ୍କ ମୃତ୍ୟୁ ପରେ ହସ୍‌ପିଟାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିଲେ ପରିବାର ଲୋକେ ।ଅଭିଯୋଗ ଆଧାରରେ ପୋଲିସ ଏକ ମାମଲାରୁ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୋଗ ପାଇବା ପରେ ଫୋରେନସିକ୍‌ ଟିମ୍‌ ତୁରନ୍ତ ହୋଟଲେକୁ ସିଲ୍‌ କରିଦେଇଥିଲା । ହୋଟେଲ ଓ ମୃତକଙ୍କ ଘରୁ ଖାଦ୍ୟ ସାମ୍ପଲ ନେଇ ଯାଞ୍ଚ ପାଇଁ ପଠାଇଛନ୍ତି । ପୋଲିସ କହିଛି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ । ତେବେ ସବୁଠାରୁ ଦୁଃଖର କଥା ହେଉଛି ଆସନ୍ତା ୨୦ରେ ବିଶାଲଙ୍କର ବ୍ରତଘର ହେବାର ଥିଲା । ସେଥିପାଇଁ ଘରେ ବନ୍ଧୁବାନ୍ଧବ ଓ ସଂପର୍କୀୟଙ୍କ ଆସିବା ଲାଗି ରହିଥିଲା । ପ୍ଲାନ ମୁତାବକ ସବୁକିଛି ପ୍ରସ୍ତୁତି ଚାଲିଥିଲା । ହଠାତ ଏପରି ଅଘଟଣକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଖରାଦିନ ପାଇଁ ଖାଦ୍ୟ ସୁରକ୍ଷା ନିୟମ

ସାମଗ୍ରୀଗୁଡିକୁ ଭଲ ଭାବରେ ଧୋଇ ପ୍ରସ୍ତୁତ କରନ୍ତୁ

-ସାଧାରଣତଃ ଆମେ ଖାଦ୍ୟ ରାନ୍ଧିବା ବେଳେ ପନିପରିବା ଭଲ ଭାବରେ ଧୋଇଥାଉ । କିନ୍ତୁ ଯେତେବେଳେ ମଞ୍ଚୁରିଆନ କଥା ଆସେ ଆମକୁ ଅଧିକ ସତର୍କ ହେବାକୁ ପଡେ । କାହିଁକିନା ମଞ୍ଚୁରିଆନ ପାଇଁ ଅତି ଦରକାରୀ ପରିବା ବନ୍ଧାକୋବିରେ ଅଧିକ ପୋକ ଲାଗିଥାନ୍ତି । ଯଦି ଆମେ ଭଲ ଭାବରେ ସଫା ନକରିବା ଆମ ଦେହ ଖରାପ ହେବାର ସମ୍ଭାବନା ଅଧିକ । କଡାଇ ପନିର କ୍ଷେତ୍ରରେ ବି ଆମକୁ ଭଲଭାବରେ ଚେକ୍‌ କରିବାକୁ ପଡିବ ପନିରର ଶୁଦ୍ଧତା ପରଖିବାକୁ ପଡିବ । ପନିର ଫ୍ରେଶ ଅଛି ନା ବାସି । ବାସି ପନିର ଖାଇଲେ ଆମେ ଭୟଙ୍କର ଖାଦ୍ୟ ଜନିତ ରୋଗର ଶିକାର ହେବା ।

ରୋଷେଇ ଘର ସଫାସୁତୁରା ହେବା ଜରୁରୀ

-ଯେତେବେଳେ ଆମେ ଘରେ ରାନ୍ଧିବାର ପ୍ଲାନ କରୁ ଏସବୁ ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ରୋଷେଇ କରିବା ସ୍ଥାନ, ଚପିଂ ବୋର୍ଡ, ଛୁରି ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ସଫା କରି କରିବା । ଆମର ଟିକିଏ ଭୁଲ ଆମକୁ ବଡ ବିପଦରେ ପକାଇପାରେ

ଫ୍ରାଏ କରୁଥିଲେ ଏହି ସତର୍କତା ଅବଲମ୍ବନ କରନ୍ତୁ

-ଯେତେବେଳେ ମଞ୍ଚୁରିଆନ ବଲ୍‌ କିମ୍ବା ପନିରକୁ ଅଧିକ ଫ୍ରାଏ କରୁଛନ୍ତି କଡାଇ ଅଧିକ ଗରମ ନହେବା ଦରକାର । ଭଲଭାବରେ ରନ୍ଧାଯାଇଥିବା ଆବଶ୍ୟକ । ଅଧାରନ୍ଧା ଖାଦ୍ୟ ବ୍ୟାକ୍ଟେରିଆକୁ ଜନ୍ମ ଦେଇଥାଏ । ଯାହା ଭଲ ସଂକେତ ନୁହେଁ

ବ୍ୟବହାର ପୂର୍ବରୁ ମସଲା ଓ ସସ୍‌ର ଶୁଦ୍ଧତା ପରଖିବା

-ସାଧାରଣତଃ  ଖାଦ୍ୟରେ  ସୟା ସସ୍‌, ଚିଲି ସସ୍‌, ଭିନେଗାର କର୍ଣ୍ଣଫ୍ଲୋର ଆମେ କମ୍‌ ବ୍ୟବହାର କରିଥାଉ । କିନ୍ତୁ ଯେତେବେଳେ ବି ଆମେ ଜଙ୍କ ଫୁଡ୍‌ ଯେମିତି ମଞ୍ଚୁରିଆନ,କଡାଇ ପନିର ରାନ୍ଧିଥାଉ ଏସବୁ ସାମଗ୍ରୀର ଦରକାର ପଡିଥାଏ । ସେଥିପାଇଁ ଆମେ ପ୍ୟାକେଟରେ ଲେଖାଥିବା ଲେବଲ, ଏକ୍ସପାଏରୀ ଡେଟ୍‌ ଚେକ୍‌ କରି ଆମ ଖାଦ୍ୟରେ ପକାଇବା । ଏପରି ଖାଦ୍ୟର ସ୍ବାଦ ବଢିବା ସହ ଆମେ ଦେହ ମଧ୍ୟ ସୁସ୍ଥ ରହିବ ।

ସଠିକ ଢଙ୍ଗରେ ଷ୍ଟୋକ ଓ ପୁଣି ଗରମ କରିବା

-ଅନେକ ସମୟରେ ଆମେ ଯେଉଁ ଖାଦ୍ୟ ରାନ୍ଧିଥାଉ କିଛିଟା ବଳକା ରହିଯାଏ । ଏପରି କ୍ଷେତ୍ରରେ ଆମେ ଅଧିକ ସତର୍କ ରହିବା ଜରୁରୀ । ଆମେ ଯେଉଁ କଣ୍ଟେନରର ଖାଦ୍ୟ ରଖୁଛୁ ତାହା ସଫା ଓ ଦୁର୍ଗନ୍ଧ ମୁକ୍ତ ହେବା ଉଚିତ । ସେହି ବଳକା ଖାଦ୍ୟକୁ ଯେତେବେଳେ ଫ୍ରିଜରୁ କାଢି ଗରମ କରୁଛନ୍ତି ଖାଦ୍ୟର ସତେଜତା ଯାଞ୍ଚ କରନ୍ତୁ ।ଯଦି ଖାଦ୍ୟ ସାମାନ୍ୟ ଗନ୍ଧ, ହୁଏ, ଅସ୍ବାଭାବିକ ଭାବରେ ଖଟା ସ୍ବାଦ ଆସେ ତୁରନ୍ତ ଫିଙ୍ଗି ଦିଅନ୍ତୁ । କାହିଁକିନା ଏହା ଆଉ ଖାଇବା ଯୋଗ୍ୟ ରହେନାହିଁ ।

ହୋଟେଲରୁ ଅର୍ଡର କରି ଖାଉଥିଲେ କେଉଁ ନିୟମ ମାନିବେ ?

-ପ୍ୟାକିଂ ହୋଇଥିବା ଖାଦ୍ୟର ସିଲ୍‌ ଠିକଭାବରେ ହୋଇଛି କି ନାହି । ଲିକେଜର କୌଣସି ଚିହ୍ନ ନାହିଁତ…ଖାଦ୍ୟର ସତେଜତା ଯାଞ୍ଚ କରିବା, ବାସି ଖାଦ୍ୟ ହୋଇଥିଲେ ଫିଙ୍ଗି ଦିଅନ୍ତୁ ।

-ବେଳେ ବେଳେ ଏମିତି ହୁଏ ଆମେ ଅର୍ଡର କରିଥିବା ଖାଦ୍ୟ ଥଣ୍ଡା ହୋଇଯାଇଥାଏ । ଏପରି ସମୟରେ ଆମେ ପୁଣି ଗରମ କରିବାକୁ ଚିନ୍ତା କରିଥାଉ । ଆମେ ଯଦି ମାଇକ୍ରୋୱେଭରେ ଗରମ କରିବା ତେବେ ସେଥିପାଇଁ ସଠିକ ପାତ୍ର ବାଛିବା ଜରୁରୀ । ଆଉଥରେ ଗରମ କରିବା ଦ୍ବାରା ଖାଦ୍ୟରେ ଥିବା ବ୍ୟାକ୍ଟେରିଆ ନାଶ ହୋଇଥାନ୍ତି ଓ ଖାଦ୍ୟ ଖାଇବା ଯୋଗ୍ୟ ଓ ଅଧିକ ସୁସ୍ବାଦୁ ହୋଇଥାଏ

-ଯେତେବେଳେ ଅର୍ଡର ହୋଇଥିବା ଖାଦ୍ୟ ଘରେ ପହଞ୍ଚିଯାଉଛି ଆମେ ବେଶୀ ଡେରି ନକରି ୩୦ରୁ ୪୦ ମିନିଟ୍‌ ଭିତରେ ଖାଇନେବା ଦରକାର । ରୁମ ତାପମାତ୍ରାରେ ଏହି ଖାଦ୍ୟକୁ ଅଧିକ ସମୟ ରଖିଦେଲେ ଖାଦ୍ୟରେ ବ୍ୟାକ୍ଟେରିଆ ଜମି ବିଷାକ୍ତ ହେବାର ଆଶଙ୍କା ଅଧିକ ଥାଏ

 

Also Read:https://www.prameyanews7.com/protect-your-liver-common-habits-that-are-secretly-harmful