କନ୍ଧମାଳ, ୨୬/୦୮ : ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ମୃତ । କନ୍ଧମାଳ ଜିଲ୍ଲା ସଦର ଥାନା ଅଧୀନସ୍ଥ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ସୁଡ୍ରେଜୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ କ୍ରାଣ୍ଡିମାସ୍କା ଠାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ଏହାସହ ରାସ୍ତାକଡ଼ରେ ଶୋଇଥିବା ଦୁଇ ଗୋରୁଙ୍କ ମୃତ୍ୟୁ ଘଟିଛି।

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଏପର୍ଯ୍ଯନ୍ତ କୌଣସି ସୂଚନା ମିଳିନଥିବା ବେଳେ ମୃତକମାନେ ସୁଡ୍ରେଜୁ ଅଞ୍ଚଳର ଦିଗାମ୍ବର ମଲିକ ଏବଂ ସଞ୍ଜିତ ମଲିକ ବୋଲି ଜଣାପଡ଼ିଛି। ଉଭୟେ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Also Read :- Pakistan: ହସ୍ପିଟାଲରେ ଏସି କମ୍ପ୍ରେସର ଫାଟି ଲାଗିଲା ନିଆଁ, ଜଳିଗଲେ ୧୫ ନବଜାତ ଶିଶୁ

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମ଼ତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହାସହ ଦୁର୍ଘଟଣା ଘଟାଇ ଫେରାର୍ ଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଚାଳକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।