world's hottest citiesବିଶ୍ୱ ତାପମାତ୍ର ବୃଦ୍ଧିର କେନ୍ଦ୍ର ସ୍ଥଳରେ ଭାରତ। ଏପ୍ରିଲ ୨୧ ତାରିଖ ଦିନ ୧୨.୨୧ ମିନିଟରେ AQI.in ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏକ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ବିଶ୍ୱର ୨୦ଟି ସବୁଠାରୁ ଉତ୍ତପ୍ତ ସହରର ମଧ୍ୟରେ କେବଳ ଭାରତର ୧୯ଟି ସହରର ନାଁ ରହିଛି।

ପାଣିପାଗ କାର୍ଯ୍ୟାଳୟ କହିଛି ଯେ ୨୨ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଆହୁରି ଜାରି ରହିପାରେ। ଏହି ସମୟ ମଧ୍ୟରେ ସର୍ବାଧିକ ତାପମାତ୍ରା ଆହୁରି ବୃଦ୍ଧି ପାଇ ୪୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯିବ। ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କଲା ପରେ ପାଣିପାଗ ବିଭାଗ ଏହାକୁ ହିଟୱେଭ୍ ଘୋଷଣା କରେ। ବର୍ତ୍ତମାନ ଭାରତରେ ଏକାଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି।

ଆଜି ବିଶ୍ୱର କେଉଁ ସହର ଥିଲା ସବୁଠାରୁ ଉତ୍ତପ୍ତ?

ମଙ୍ଗଳବାର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶର ସହରଗୁଡ଼ିକ ପ୍ରମୁଖ ସ୍ଥାନ ହାସଲ କରିଛନ୍ତି, ଯେଉଁଠାରେ ତାପମାତ୍ରା ଅତ୍ୟନ୍ତ ବୃଦ୍ଧି ପାଇଛି, ଅନେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଛୁଇଁଛି। ବିଶ୍ୱର ଉତ୍ତପ୍ତ ସହରର ତାଲିକାରେ ବିହାରର ଭାଗଲପୁର, ଓଡ଼ିଶାର ତାଲଚେର ଏବଂ ପଶ୍ଚିମବଙ୍ଗର ଆସାନସୋଲ ତାଲିକାର ଶୀର୍ଷରେ ଅଛନ୍ତି। ଏହି ତିନି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Also Read- କେରଳ ଓ ମହାରାଷ୍ଟ୍ର ବାଣ କାରଖାନାରେ ବିସ୍ଫୋରଣ: ୧୫ ମୃତ, ୪୪ ଆହତ

ଏହା ପଛକୁ ବିହାରର ବେଗୁସରାଇ, ମୋତିହାରୀ, ମୁଙ୍ଗେର, ଭୋଜପୁର ଏବଂ ସିୱାନ ସମେତ ପଶ୍ଚିମବଙ୍ଗ ଏବଂ ପୂର୍ବ ଉତ୍ତର ପ୍ରଦେଶର ଏକାଧିକ ସ୍ଥାନ ରହିଥିଲା। ଏହିସ୍ଥାନଗୁଡ଼ିକର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଶୀର୍ଷ ୨୦ରେ ଏକମାତ୍ର ଅଣ-ଭାରତୀୟ ସହର ନେପାଳର ଲୁମ୍ବିନୀ ସ୍ଥାନ ପାଇଥିଲା।

ଆଜି ବିଶ୍ୱର ସବୁଠାରୁ ଉତ୍ତପ୍ତ ୨୦ ସହରଗୁଡ଼ିକ ହେଲା...

ବିହାରର ଭାଗଲପୁର,ଓଡ଼ିଶାର ତାଳଚେର, ପଶ୍ଚିମବଙ୍ଗର ଆସାନସୋଲ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ସହ ଶୀର୍ଷରେ ରହିଛନ୍ତି। ତାଲିକାରେ ୪ ରୁ ୯ ପର୍ଯ୍ୟନ୍ତ ବିହାରର ବେଗୁସରାଇ, ମୋତିହାରୀ, ମୁଙ୍ଗେର,ଭୋଜପୁର, ସିୱାନ, ବେତିଆ ଏହି ସହରରହିଛି, ଏଗୁଡ଼ିକର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟସବୁ ସହରଗୁଡ଼ିକର ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ ତା ପଛକୁ ପଛକୁ ଯଥାକ୍ରମେ ବଲାଙ୍ଗିର(ଓଡ଼ିଶାର),ଦୁର୍ଗାପୁର ଓ ପଶ୍ଚିମ ମେଦିନାପୁର(ପଶ୍ଚିମବଙ୍ଗ),ଲୁମ୍ବିନ(ନେପାଳ),ବୀରଭୂମ(ପଶ୍ଚିମବଙ୍ଗ), ଗୋରଖପୁର(ୟୁପି), କୁଲ୍ଟି ଓ ବାଙ୍କୁରା (ପଶ୍ଚିମବଙ୍ଗ), ବାରଣସୀ(ୟୁପି), ରାଣୀଗଞ୍ଜ ଓ ଦାଲୁର ବନ୍ଧ(ପଶ୍ଚିମବଙ୍ଗ)।