ନ୍ୟୁୟର୍କ, ୨୦ /୦୩: ନା ଇରାନ ନା ଆମେରିକା କିମ୍ବା ଇସ୍ରାଏଲ । କେହି ପଛକୁ ହଟୁ ନାହାଁନ୍ତି । ଭୟଙ୍କର ଯୁଦ୍ଧଲଢୁଛନ୍ତି । ଦିନକୁ ଦିନ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ପରସ୍ପର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରୁଛନ୍ତି । ଇରାନର ଅନେକ ଗ୍ୟାସ୍ ଫିଲ୍ଡକୁ ଇସ୍ରାଏଲ ଧ୍ୱଂସ କରିଦେଇଛି । ଇରାନ ମଧ୍ୟ ଖୋଜି ଖୋଜି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ କରୁଛି । ତେବେ ଆମେରିକା ଯୁଦ୍ଧରେ ଅନୁମାନଠାରୁ ଅଧିକ କ୍ଷତି ସହିଥିବା ଜଣା ପଡିଛି ।

ଫେବ୍ରୁଆରୀ ୨୮ ତାରିଖରେ ତେହେରାନରେ ଆକ୍ରମଣ କରିଥିଲେ ଇସ୍ରାଏଲ ଏବଂ ଆମେରିକା । ଇରାନ ସର୍ବୋଚ୍ଚ ନେତାଙ୍କ ସହ ଟପ୍ ଲିଡରଙ୍କୁ ମିସାଇଲ ମାଡ କରି ହତ୍ୟା କରିଥିଲେ ଦୁଇ ଦେଶ । ଯାହା ପରଠୁ ଯୁଦ୍ଧ ବ୍ୟାପକ ହେଉଛି । ତେବେ ଏସବୁ ଭିତରେ ଆମେରିକା ପ୍ରାୟ ୧୬ଟି ଫାଇଟର୍ ଜେଟ୍ ବା ଯୁଦ୍ଧ ବିମାନ ହରାଇଛି । ଆହୁରି ମଧ୍ୟ ୧୦ଟି ରିପର୍ ଡ୍ରୋନ୍ ଇରାନ ଖସାଇ ଦେଇଛି ।

ଫାଇଟର୍ ଜେଟ୍ ଧ୍ୱଂସ

ରିପୋର୍ଟ ଅନୁସାରେ, ଆମେରିକାର ତିନୋଟି ଏଫ୍-୧୫ ଫାଇଟର୍ ଜେଟକୁ ମିତ୍ର ଦେଶ ଭୁଲବଶତଃ ଖସାଇ ଦେଇଛନ୍ତି । ସେହିପରି ଅପରେସନରେ କେସି-୧୩୫ ଟ୍ୟାଙ୍କ୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ପକ୍ଷରେ ଟି କେସି-୧୩୫ଏୟାରକ୍ରାଫ୍ଟକୁ ଇରାନ ମିସାଇଲ ମାଡ କରି ନଷ୍ଟ କରିଦେଇଛି । ଏହି ସବୁ ଏୟାରକ୍ରାଫ୍ଟ୍ ସାଉଦିରେ ଥିବା ଆମେରିକୀୟ ବେସରେ ଉଡିବା ପାଇଁ ସଜାଗ ହେଉଥିଲେ ।

କେବଳ ଏତିକି ନୁହେଁ ଆମେରିକାର ଟି ମାନବରହିତ ଡ୍ରୋନକୁ ଇରାନ୍ ମିସାଇଲ ଆକ୍ରମଣରେ ନଷ୍ଟ ହୋଇଛି । ସେହିପରି ଆଉ ଏକ ଏଫ-୩୫ବିମାନ ଇରାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ଏହାର ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପରି ଭାବେ ଗତ ଫେବ୍ରୁଆରୀରୁ ଏବେ ସୁଦ୍ଧା ୧୬ଟି ୟୁଏସ୍ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ଇରାନ ଆକାଶପଥକୁ କବଜା କରିବା ସହଜ ନୁହେଁ । ଆମେରିକା ପାଖରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟକୁ ଦଖଲ କରିବା ଭଳି ଏୟାର ସପୋର୍ଟ ସିଷ୍ଟମ ନାହିଁ । ଯେଉଁ ସପୋର୍ଟ ସିଷ୍ଟମ ଅଛି ତାହା କେବଳ କମ୍ ଜାଗାକୁ ନିଜ ଆୟତ୍ତରେ ରଖିପାରିବ । ତେବେ ଆମେରିକାରେ ଯେତେ କ୍ଷତି ହୋଇଛି ତାହା ଇରାନର ଶକ୍ତିକୁ ପ୍ରକାଶ କରୁଛି । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ କିମ୍ବା ଖାର୍ଗ ଦ୍ୱୀପରେ ଆମେରିକା ଯଦି କିଛି ବଡ ଧରଣର ପଦକ୍ଷେପ ନିଏ ତାହାଲେ ଯୁଦ୍ଧର ଭୟାବହତା ଆହୁରି ବଢିଯିବା ନେଇ ଆଶଙ୍କା ରହିଛି