ବଲାଙ୍ଗିର: ପାଟଣାର ଇଷ୍ଟଦେବୀ ମା ପାଟଣେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠାକୁ ପୁରିଲା ୧୫୦ ବର୍ଷ। ଏଥିପାଇଁ ପାଟଣେଶ୍ୱରୀ ମନ୍ଦିରରେ ସ୍ବତନ୍ତ୍ର ହୋମଯଜ୍ଞ ଅନୁଷ୍ଠିତ ହେଉଛି। ୪ଦିନ ଧରି ମହାଆଡମ୍ବରରେ ୧୫୦ ବର୍ଷପୂର୍ତ୍ତି ପାଳନ ହୋଇଛି ପାଟଣେଶ୍ୱରି ମହୋତ୍ସବ।

also- ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ, ଭିଡ଼ ରୋକିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍

ଏହି ଅବସରେ ମାଆ ପାଟଣେଶ୍ବରୀଙ୍କୁ ଆଜି ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ। ମାଙ୍କୁ ଦର୍ଶନ ସହ ହୋମକୁଣ୍ଡରେ ବସିଥିଲେ ଦୁଇ ଭାଇ କନକବର୍ଦ୍ଧନ ସିଂହଦେଓ ଓ କଳିକେଶ ନାରାୟଣ ସିଂହଦେଓ। ଯାହାକୁ ନେଇ ବେଶ ଚର୍ଚ୍ଚା।