କାମାକ୍ଷାନଗର ୧୮।୫: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ପିକ୍ଅପ୍ ଗାଡି ଓଲଟିବାରୁ ୧୫ରୁ ଉର୍ଦ୍ଧ୍ବ ବରଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀ ମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ ଏକ ବରଯାତ୍ରୀ ପିକ୍ଅପ୍ ଗାଡି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ପଞ୍ଚାୟତ ଅନ୍ତର୍ଗତ କଳସପୁର ଗାଁକୁ ଯାଉଥିବା ବେଳେ ଘଟିଛି ଅଘଟଣ । ପିକ୍ଅପ୍ ଗାଡିର ପଛ ଚକା ଫାଟିଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା ।

Also Read:- ଭୁବନ ରାଜସ୍ୱ ନିରୀକ୍ଷକଙ୍କୁ ବହିଷ୍କାର ନିର୍ଦ୍ଦେଶ, ଏହାସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ

ଆହତ ଯାତ୍ରୀ ମାନଙ୍କ ଗୋଡ, ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗାଡିରେ ମୋଟ୍ ୨୨ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ କଙ୍କଡ଼ାହାଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।