ନୂଆଦିଲ୍ଲୀ, ୨୦/୧୦: ଧସିଲା ସୁନାଖଣି । ପ୍ରାଣ ହରାଇଲେ୧୪ଶ୍ରମିକ । ଏପରି ଅଭାବନୀୟ ଘଟଣା ଘଟିଛି କଲମ୍ବିଆର ଦକ୍ଷିଣ ପଶ୍ଚିମାଞ୍ଚଳରେ । ଅଘଟଣ ନେଇ ସ୍ଖାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ, କଲମ୍ବିଆର ଚାମ୍ବେରୋ ସେକ୍ଟରରେ ଥିବା ସାଣ୍ଟା ବାରବରା ସହରରେ ଏକ ସୁନା ଖଣି ରହିଛି । ଏଠାରେ ଦୀର୍ଘଦିନ ହେବ ବେଆଇନ ଭାବେ ସୁନା ଖନନ ଚାଲିଥିଲା । ତେବେ ସୋମବାର ଏହାର ମାଟି ଧସି ଯିବାରୁ ଅନେକ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ଫଳରେ୧୪ଜଣ ପ୍ରାଣ ହରାଇଛନ୍ତି । ଏହାସହ୭ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read :- କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ : ରାତି ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ

ଘଟଣାକୁ ନେଇ ନାରିନୋ ଗଭର୍ଣ୍ଣର ଲୁଇସ୍ ଦୁଃଖ ପ୍ରକାଶ କରିଛନ୍ତି । ପ୍ରାନ୍ତରେ ଥିବା ସମସ୍ତ ବେଆଇନ ସୁନା ଖଣିକୁ ପ୍ରଶାସନ ନିଜ ନିୟନ୍ତ୍ରଣ ନେବା ଦରକାର ବୋଲି ସେ କହିଛନ୍ତି । ଯାହାଦ୍ୱାର ଶ୍ରମିକଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରିବ ।

ତେବେ ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ସମୟରେ କଲମ୍ବିଆରେ ଅନେକ ସୁନା ଖଣିରେ ଅଘଟଣ ଘଟିଛି । କାରଣ ଏଠାକାର ଖଣିରେ ସୁରକ୍ଷା ବ୍ୟବସ୍ଥା ସେତେ ସୁଦୃଢ ନୁହେଁ । ଶ୍ରମିକଙ୍କ ସୁରକ୍ଷାକୁ ସେତେଟା କେହି ଧ୍ୟାନ ଦିଅନ୍ତି ନାହିଁ । ଏହାସହ ଅନେକ ଅପରାଧୀ ଏବଂ ସ୍ଥାନୀୟ ଗ୍ୟାଙ୍ଗଷ୍ଟର ସେଠାକାର ସୁନା ଖଣିରେ ଦବଦବା ରଖନ୍ତି । ସେମାନେ ବେଆଇନ ଭାବେ ସୁନା ଖନନ କରି ତାହାକୁ ବାହାର ଦେଶକୁ ପଠାଇଥାନ୍ତି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ମଧ୍ୟ କଲମ୍ବିଆର ଅନ୍ୟ ଏକ ସୁନା ଖଣିରେ ଅଘଟଣ ଘଟିଥିଲା । ଯେଉଁଥିରେ୧୩ଜଣ ଶ୍ରମିକ ଚାପି ହୋଇ ପ୍ରାଣ ହରାଇଥିଲେ ।