ପ୍ୟାରିସ, ୨୦/୧୦:ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନାହିଁ । ଦେଶର ବିଭିନ୍ନ ସହର ଆନ୍ଦୋଳନର ନିଆଁରେ ଜଳୁଛି । ଏହାମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନଙ୍କ ବୈଦେଶିକ ନୀତିକୁ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ପ୍ୟାରିସ୍ ଖୁବ୍ ଶୀଘ୍ର ମୁସଲିମ୍ ସହର ପାଲଟିବ ବୋଲି ଟ୍ରମ୍ପ୍ କହିଛନ୍ତି । ଏନେଇ ସେ ବହୁ ପୂର୍ବରୁ ମାକ୍ରୋନଙ୍କୁ ତେଚାବନୀ ଦେଇଥିଲେ । ଅନ୍ୟ ଦେଶରୁ ଲୋକଙ୍କୁ ପ୍ୟାରିସରେ ରଖିବା ବଡ ଭୁଲ ହେବ ବୋଲି ମାକ୍ରୋନଙ୍କୁ ପୂର୍ବରୁ ଟ୍ରମ୍ପ୍ ଚେତାଇ ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ।

Also Read :- ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଖଣ୍ଡଖଣ୍ଡ ହୋଇଗଲା ନାଇଜେରିଆ ସେନାର ଗାଡି, ୧୫ ଯବାନ ମୃତ

ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ୍ କହିଛନ୍ତି ଯେ, ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ତାଙ୍କ ବନ୍ଧୁ ଅଟନ୍ତି । ପୂର୍ବରୁ ସେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ହିଂସା ବାବଦରେ ଚେତାଇ ଦେଇଥିଲେ । ବୈଦେଶିକ ନୀତି ଉପରେ ପ୍ରଶ୍ନ କରିଥିଲେ । ପ୍ୟାରିସ୍ ଖୁବ୍ ଶୀଘ୍ର ମୁସଲିମ ସହର ହେବାକୁ ଯାଉଛି ।

ସେ ଆହୁରି କହିଛନ୍ତି ଯେ, ପ୍ୟାରିସର ବିଭିନ୍ନ ସ୍ଥାନରେ ବାହାର ଦେଶର ଲୋକଙ୍କୁ ଆଣି ରଖିବା ନିଷ୍ପତ୍ତି ଠିକ୍ ନୁହେଁ । କିନ୍ତୁ ମାକ୍ରୋନ ତାଙ୍କ ପରାମର୍ଶକୁ ଗ୍ରହଣ କରିନଥିଲେ । ଖରାପ ବୈଦେଶିକ ନୀତି ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଫ୍ରାନ୍ସ ନିଜ ସୀମାକୁ ନେଇ ଗୁରୁତର ରହିବା ଦରକାର । ଏହାସହ ଟ୍ରମ୍ପ୍ ୟୁରୋପର ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ।

ତେବେ ଫ୍ରାନ୍ସରେ ହୋଇଥିବା ଆନ୍ଦୋଳନ ଦରଦାମ ବୃଦ୍ଧି ଏବଂ ସରକାରୀ ସେବାର ସ୍ଥିତିକୁ ନେଇ ଆମ୍ଭ ହୋଇଥିଲା । ଏହି ସମୟରେ ହିଂସା ଏବଂ ଲୁଟପାଟର ଖବର ଆସିଛି । ଏହାକୁ ରୋକିବା ପାଇଁ ପ୍ୟାରିସ ସମେତ ଅନେକ ବଡ ସହରରେ କଟକଣା ଲାଗୁ ହୋଇଛି । ଦରକାର ହେଲେ ଜରୁରୀକାଳିନ ସ୍ଥିତି ଲାଗୁହୋଇପାରେ । ଘଟଣାରେ୨୪୦୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ୧୦୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି ।