ଭୁବନେଶ୍ୱର/ କଟକ ୩୦।୦୩ : ନବୀନ ନିବାସରୁ ଆସିଛି ଡ଼ାକରା । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ( କଟକ ମହାନଗ ନିଗମ)ର ୧୪ ଜଣ ବିଜେଡି କର୍ପୋରେଟରଙ୍କୁ ନବୀନ ନିବାସରୁ ଡ଼ାକରା ଆସିଛି ।

ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରଭାତ ବିଶ୍ୱାଳରୁ ଦଳରୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଯେମିତି କଟକ ରାଜନୀତିରେ ନୂଆ ମୋଡ଼ ଆସିଥିବା ଭଳି ଅନୁମାନ ହେଉଛି । କଟକରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଘନ ଘନ ବୈଠକ ବସୁଛି । ଯେଉଁଥିରେ ବିଜେଡିରେ ଅନେକ ବରିଷ୍ଠ ନେତା ଏବଂ କର୍ପୋରେଟରମାନେ ସାମିଲ ହେଉଛନ୍ତି । ନିକଟରେ ଗୋଟିଏ ସପ୍ତାହଙ୍କ ମଧ୍ୟରେ ଦୁଇ ଦୁଇ ଥର ବୈଠକ ବସିସାରିଥିଲା । ଯେଉଁଥିରେ ସିଏମସି ମେୟର ସୁବାଷ ସିଂହ ମଧ୍ୟ ସାମିଲ ହୋଇଥିଲେ । ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କ ଏନେଇ ପ୍ରଶ୍ନ ପଚରାଯିବାରୁ, ସେ କହିଥିଲେ କି ମୁଁ ବିଜେଡିର ଜଣେ ନେତା ହିସାବରେ ଏହି ବୈଠକକୁ ଯାଇଥିଲି । ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ । ସେହିପରି ଏହି ବୈଠକ ପରେ କିଛି କର୍ପୋରେଟର ପ୍ରଭାତଙ୍କ ସପକ୍ଷରେ ବାହାରିଥିଲେ । କହିଥିଲେ କି, ଭାଇଙ୍କ ସହିତ ଆମେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ ।

Also Read:- Suspension Controversy: ମୋ ବାପାଙ୍କୁ ଅସମ୍ମାନ କରାଯାଇଛି, ପୁଅ ହୋଇ କେମିତି ତାଙ୍କ ବିରୋଧରେ ଯାଇପାରିବି

ଅନ୍ୟପଟେ କଟକ ରାଜନୀତିରେ ଚାଲିଥିବା ହଟଚମଟ ଦେଖି ଆକ୍ସନମୁଡ୍ରେ ସୁପ୍ରିମୋ । କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୧୪ ଜଣ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି । ସୋମବାର ଦିନ ୧୦ଟା ସମୟରେ ସମସ୍ତ କର୍ପୋରେଟ ନବୀନ ନିବାସରେ ଉପସ୍ଥିତ ରହିବେ । ଏହିଠାରେ ପାର୍ଟି ସୁପ୍ରିମୋଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ପ୍ରଭାତ ବିଶ୍ୱାଳଙ୍କ ସହ କର୍ପୋରେଟଙ୍କ ରୁଦ୍ଧଦ୍ୱାରା ବୈଠକ ପରେ ନବୀନ ନିବାସରୁ ଏପରି ଡାକରା ଆସିଛି ବୋଲି ଚର୍ଚ୍ଚା ହେଉଛି ।