ଜଳେଶ୍ୱର ୨୭।୧୦:  ଜଳେଶ୍ୱରରେ ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣା । ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ । ଜଘନ୍ୟ କାଣ୍ଡର ପ୍ରତିବାଦ ଏବଂ ମୃତ ନାବାଳିକାକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜଳେଶ୍ୱର ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ପକ୍ଷରୁ ସକାଳ ୬ରୁ ଅପରାହ୍ନ ୨ଟା ଯାଏ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାସହ CPIM ମଧ୍ୟ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି।

ଗତ ୧୬ ତାରିଖ ଦିନ ଜଳେଶ୍ୱର ଥାନା ଅଧୀନରେ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଏକ ଧାନବିଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନାକୁ ଧରି ପରିବାରବର୍ଗ ପୋଲିସକୁ ଜିମା ଦେଇଥିଲେ ମଧ୍ୟ ପୋଲିସ ବିନା ତଦନ୍ତରେ ତାଙ୍କୁ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଟଣାର ପ୍ରତିବାଦରେ ଅକ୍ଟୋବର ୨୨ ତାରିଖରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲା । ଅକ୍ଟୋବର ୨୩ରେ ନାମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ ହୋଇଥିଲେ ଏବଂ ଜଳେଶ୍ୱର ଆଇଆଇସିଙ୍କୁ ହେଡକ୍ୱାର୍ଟର ବଦଳି କରାଯାଇଥିଲା। ତେବେ ନ୍ୟାୟ ଦାବିରେ ବିଜେଡି ଓ କଂଗ୍ରେସ ମୃତ ନାବାଳିକା ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି।

Watch Video:-

​​​​​​​