ନୂଆଦିଲ୍ଲୀ, ୨୫/୦୮ : ସରିଛି ସଂସଦର ମୌସୁମୀ ଅଧିବେଶନ । ଏଥର ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିପାରିନଥିଲା । ବିରୋଧୀଙ୍କ ହଟଗୋଳ ପାଇଁ ଅଧିବେଶନ ଧୋଇ ହୋଇଯାଇଥିଲା । କିନ୍ତୁ ସରକାରଙ୍କ ସିକ୍ରେଟ୍ ପ୍ଲାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରିପୋର୍ଟ ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ସରିଥିଲା । ଉଊୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା । କିନ୍ତୁ ଏନେଇ ଔପଚାରିକ କୌଣସି ଭାବେ ଘୋଷଣା ହୋଇନାହିଁ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବାର ୧୦ ଦିନ ବିତିଯାଇଛି । ହେଲେ ଅଧିବେଶନ ପ୍ରୋରୋଗ୍ ହୋଇ ନ ଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନାନା। କେହି କେହି କହୁଛନ୍ତି ଯେ, ସରକାର ପୁନଃ ଅଧୂବେଶନ ନ ଡାକି କୌଣସି ଗୁରୁତ୍ବପୂର୍ଣ ଦିଲ୍ ପାରିତ କରାଇବାକୁ ଚାହୁଁଛନ୍ତି । ଏହି ସମୟରେ ମହିଳା ସଂରକ୍ଷଣ ବିଲ୍ ଏବଂ ଡିଲିମିଟେସନ୍ ବିଲ୍ ପାରିତ କରିବାକୁ ସରକାରଙ୍କ ଯୋଜନା ରହିଥିବା ବିରୋଧୀ ସନ୍ଦେହ କରୁଛନ୍ତି ।

Also Read :- ଆତଙ୍କବାଦୀଙ୍କୁ ରକ୍ଷା ନାହିଁ : ଖୋଲିଲା କାଶ୍ମୀର ପଣ୍ଡିତଙ୍କ ଫାଇଲ୍, ନରସଂହାର ମାମଲାର ତଦନ୍ତ ଆରମ୍ଭ

ସାଧାରଣ ଭାବେ ଦେଖିଲେ, ଗୃହକୁ ‘ସାଇନ୍ ଡାଇ' କରାଯିବାର ୩ରୁ ୪ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରୋରୋଗେସନ୍ ନେଇ ଘୋଷଣା କରାଯାଏ । ଅର୍ଥାତ ବିଧିବଦ୍ଧ ଭାବେ ଗୃହକାର୍ଯ୍ୟ ସରିଥିବା ଜଣାପଡେ । ହେଲେ ଏଥର ସେପରି କିଛି ହୋଇ ନାହିଁ । ରବିବାର ସୁଦ୍ଧା ମୌସୁମୀ ଅଧିବେଶନର ପ୍ରୋରୋଗେସନ୍ ନେଇ କୌଣସି ବିଜ୍ଞପ୍ତି ଜାରି ହୋଇ ନାହିଁ । ନିୟମ ଅନୁସାରେ କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ସଂସଦର ସଂସଦର ଅଧିବେଶନ ଡାକିଥାନ୍ତି । ଏପରିକି ଶେଷ କରିବା ନେଇ ଘୋଷଣା କରିଥାନ୍ତି। କିନ୍ତୁ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଧିବଦ୍ଧ ଭାବେ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ପୁନର୍ବାର ଡିଲିମିଟେସନ ବିଲ୍ ପାରିତ କରିବାକୁ ସରକାର ଅଧିବେଶନ ଡାକିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଆଇନ୍ କାର୍ଯ୍ୟକାରୀ କରିବା ପାଇଁ ସରକାର ତତ୍ପର ଅଛନ୍ତି । ଏହାସହ ସଂସଦୀୟ ଓ ବିଧାନସଭା କ୍ଷେତ୍ର ସୀମା ନିର୍ଦ୍ଧାରଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍ ଗୃହରେ ସରକାର ପୁନର୍ବାର ଆଣିପାରନ୍ତି । ବଜେଟ୍ ଅଧିବେଶନରେ ପୂର୍ବରୁ ବିଲ୍ ଆସିଥିଲା । ହେଲେ ସରକାରଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ନତିବାରୁ ଏହା କାଟ୍ ଖାଇଥିଲା । ଏବେ ପୁଣି ଥରେ ସରକାର ଏହି ବିଲ ଆଣି ପାସ୍ କରିବା ଲକ୍ଷ୍ୟରେ ରହିଥିବା କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଆକଳନ କରୁଛନ୍ତି ।

ଅନ୍ୟ ଦିଗରେ ଲୋକସଭା ସାଇନ୍ ଡାଇକୁ ୧୨ ଦିନ ବିତିଥିବା କିଛି ବଡ଼ କଥା ନୁହେଁ । ୨୦୧୫ରେ ସାଇନ୍ ଡାଇ ଏବଂ ପ୍ରୋରୋଗ୍ ବିଜ୍ଞପ୍ତି ମଧ୍ୟରେ ୨୮ ଦିନ ଏବଂ ୨୦୨୧ରେ ୨୦ ଦିନର ବ୍ୟବଧାନ ଥିଲା । କିନ୍ତୁ ସେତେବେଳେ କୌଣସି ବଡ ବିଲ୍ ନଥିଲା ବୋଲି କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି ।