ନୂଆଦିଲ୍ଲୀ, ୩୦/୦୮: ଗୁରୁତର ଅଭିଯୋଗ ଆଣିଲେ ଶିଳ୍ପପତି ସୁଭାଷ ଚନ୍ଦ୍ରା । ରିଲିଆନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ପାନୀଙ୍କ ବିରୋଧରେ ସୁଭାଷ ବଡ଼ ଅଭିଯୋହ ଆଣିଛନ୍ତି । ତାଙ୍କ ବିରୋଧରେ ରିଲିଆନ୍ସ ମାଲିକାନାରେ ଥିବା ଅନେକ ମିଡିଆ ହାଉସ୍ ବା ଗଣମାଧ୍ୟମ ସଂସ୍ଥା ମିଛ ପ୍ରଚାର କରୁଥିବା ସେ କହିଛନ୍ତି ।

ଜୀ ନ୍ୟୁଜ୍ ର ରିପୋର୍ଟ ଅନୁସାରେ, ସୁଭାଷ ଆହୁରି ମଧ୍ୟ କହିଛନ୍ତି ଯେ, ଜାନୁଆରୀ ୨୦୧୯ରେ ସେ ମୁକେଶଙ୍କୁ ଭେଟିଥିଲେ । ନିଜ ସମସ୍ୟା ବାବଦରେ କହି ସାହାଯ୍ୟ ମାଗିଥିଲେ । ସେହିଦିନ ମୁକେଶଙ୍କର ଲୋକମାନେ ଜୀ ର ସେୟାର ପ୍ରାଇସକୁ ୪୦ ପ୍ରତିଶତ କମାଇ ଦେଇଥିଲେ । ସେମାନେ ତାଙ୍କୁ ଧରିପାରିନଥିଲେ । କାରଣ ମୁକେଶଙ୍କ ହଜାର ହଜାର ବେନାମି କମ୍ପାନୀ ଷ୍ଟକ୍ ଅପରେସନରେ ସାମିଲ ଅଛନ୍ତି । ସେ ଏକଦା ଜୀକୁ ବେଆଇନ ଊାବେ ଅଧିଗ୍ରହଣ କରିବାକୁ ଇଚ୍ଛା ରଖିଥିଲେ । ଏହାକୁ ସେ ନିଜେ ଜୋରଦାର ବିରୋଧ କରିଥିଲେ । ଏହାପରେ ଜୀ ଟିଭି ସୋନୀ ସହ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲା ।

Also Read :- ଆଉ ଜଣେ ଆଇଏଏସ୍ ଅଧିକାରୀଙ୍କ ଇସ୍ତଫା, ସୋସିଆଲ ମିଡିଆରେ ଲେଖିଲେ-ପଦବୀ ହରାଇଲି ସତ କିନ୍ତୁ ମୋ ସ୍ଵପ୍ନ…

ସୁଭାଷ ଓ ତାଙ୍କ କମ୍ପାନୀ ଏବଂ ପରିବାର ଲୋକଙ୍କ ଉପରେ ୪୫ ହଜାର କୋଟିର ଋଣ ଥିଲା । ଯାହା ମଧ୍ୟରୁ ୪୩ ହଜାର କୋଟି ସୁଝା ସରିଛି । ଏହାସହ ମୁକେଶଙ୍କୁ ଏପରି ଭୁଲ ଖବର ପ୍ରସାରଣ ପାଇଁ ସୁଭାଷ ମନା କରିଛନ୍ତି । କଣ ପାଇଁ ଅଯଥା ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ସେ ମୁକେଶ ଅମ୍ବାନୀଙ୍କୁ ପଚାରିଛନ୍ତି । ଏପରିକି ତାଙ୍କ ପାଖରେ ହରାଇବାକୁ କିଛି ନାହିଁ ହେଲେ ମୁକେଶଙ୍କ ପାଖରେ ରହିଛି ବୋଲି ସୁଭାଷ ଭିଡିଓରେ କହିଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ ସୁଭାସ କହିଛନ୍ତି ଯେ, ମୁକେଶଙ୍କ ମାଲିକାନାରେ ଥିବା ଏକ ଟିଭି ସଂସ୍ଥା ମିଛ ପ୍ରଚାର କରୁଛି । ଟିଭିରେ ମିଛ ସୂଚନା ଦେଖାଉଛି । ଏନସିଏଲଟି ତାଙ୍କର ୨୨ ହଜାର କୋଟିର ଋଣକୁ ୬.୫ କୋଟିରେ ହିସାବକିତାବ କରିଦେଇଥିବା ଅମ୍ବାନୀଙ୍କ ମାଲିକାନାରେ ଥିବା ଟିଭି ଦେଖାଉଛି । ଅନ୍ୟ ଦିଗରେ ରିଲିଆନ୍ସ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ।

ରିଲିଆନ୍ସ ମୁଖପାତ୍ର କହିଛନ୍ତି ଯେ, ଏଜେଲ ଗ୍ରୁପର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରା ମୂଲ୍ୟହୀନ ଅଭିଯୋଗ କରିଛନ୍ତି । ରିଲିଆନ୍ସ ମାଲିକାନାରେ ଥିବା ମିଡିଆ ହାଉସ ବିରୋଧରେ ସେ ଯେଉଁ ଅଭିଯୋଗ କରିଛନ୍ତି ସେସବୁ ମିଛ ଏବଂ ଭୁଲ । ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଛି । ରିଲିଆନ୍ସ ପରିଚାଳିତ ମିଡିଆ ସଂସ୍ଥା କାହାକୁ ହଇରାଣ କରେନାହିଁ । ଏହାସହ ସୁଭାଷ ଚନ୍ଦ୍ରାଙ୍କ ପ୍ରତି ସମ୍ମାନ ରହିଛି । ରିଲିଆନ୍ସ ଗ୍ରୁପର ତାଙ୍କୁ ଶୁଭେଚ୍ଛା ଜଣାଉଥିବା ମୁଖପାତ୍ର ପ୍ରକାଶ କରିଛନ୍ତି ।