ନୂଆଦିଲ୍ଲୀ୩୦।୦୮ଦେଶର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଆଇଏଏସ୍ (IAS) ଅଧିକାରୀ ଦିବ୍ୟା ମିତ୍ତଲ ନିଜର ପଦବୀରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରି ସେ ୧୩ ବର୍ଷର ଏହି କର୍ମମୟ ଯାତ୍ରାକୁ ଅତ୍ୟନ୍ତ 'ଅବିସ୍ମରଣୀୟ' ବୋଲି ବର୍ଣ୍ଣନା କରିଛନ୍ତି। ଦେଶ ସେବାର ଏହି ଦୀର୍ଘ ପଥରେ ସେ ଅନେକ ଅଭୁଲା ଅନୁଭୂତି ସାଉଁଟିଥିବା କହିଛନ୍ତି।

ଆଇଆଇଟି (IIT) ଏବଂ ଆଇଆଇଏମ୍ (IIM) ଭଳି ପ୍ରତିଷ୍ଠିତ ଅନୁଷ୍ଠାନରୁ ସ୍ନାତକ ହାସଲ କରିବା ପରେ ଦିବ୍ୟା ମିତ୍ତଲଙ୍କୁ ଲଣ୍ଡନରେ ଏକ ଆକର୍ଷକ ଚାକିରି ମିଳିଥିଲା। ମାତ୍ର ବିଦେଶରେ ନିଜ ମାତୃଭୂମିଠାରୁ ଦୂରରେ ରହିବା ତାଙ୍କ ପାଇଁ କଷ୍ଟକର ଥିଲା। ନିଜର ସଂଘର୍ଷକୁ ମନେ ପକାଇ ସେ କହିଛନ୍ତି ଯେ ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଏମ୍ ବାଙ୍ଗାଲୋରରେ ଦିନରାତି ପରିଶ୍ରମ କରି ପାଠପଢ଼ିବା ପରେ ମଧ୍ୟ ସବୁକିଛି ପାଖରେ ଥାଇ ସେ ଅସମ୍ପୂର୍ଣ୍ଣ ଅନୁଭବ କରୁଥିଲେ। ଦେଶ ପାଇଁ କିଛି କରିବାର ନିଶା ତାଙ୍କୁ ପୁଣି ଭାରତକୁ ଟାଣି ଆଣିଥିଲା ଏବଂ ସେ ଆଇଏଏସ୍ ଅଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

आज मैंने 13 वर्षों की अविस्मरणीय यात्रा को अपनी इच्छा से विराम देते हुए IAS से त्यागपत्र दे दिया है।

साधारण परिवेश में पलते हुए मैंने एक अच्छे, सफल जीवन का सपना देखा था। दिन-रात एक कर IIT दिल्ली और IIM बैंगलोर से पढ़ने के बाद, लंदन में नौकरी लग गयी। पर 'सब कुछ' पा लेने पर भी कुछ… pic.twitter.com/4VRXpK8nu8

ଦେଓରିଆ ଏବଂ ମିର୍ଜାପୁର ଭଳି ସ୍ଥାନରେ କାର୍ଯ୍ୟ କରିବା ସମୟରେ ଅସହାୟ ପରିବାର, ଦିବ୍ୟାଙ୍ଗ ଏବଂ କୃଷକମାନଙ୍କ ସହ କାମ କରିବାର ଅନୁଭବକୁ ବାଣ୍ଟି ସେ କହିଛନ୍ତି ଯେ, "ପ୍ରତ୍ୟେକ ସରକାରୀ ଫାଇଲ ପଛରେ ଜଣେ ଜୀବନ୍ତ ମଣିଷ ଥାଏ।" ପ୍ରଥମେ ସେ ଲୋକଙ୍କ ପାଇଁ କିଛି କରିବାକୁ ଆସିଛନ୍ତି ବୋଲି ଭାବୁଥିଲେ ହେଁ, ପ୍ରକୃତରେ ସେ ସାଧାରଣ ଜନତାଙ୍କଠାରୁ ଅପାର ପ୍ରେମ ଏବଂ ସମ୍ମାନ ପାଇଛନ୍ତି ବୋଲି ସ୍ୱୀକାର କରିଛନ୍ତି। କାମର ଚାପ ଓ କ୍ଲାନ୍ତ ଅନୁଭବ କରୁଥିବା ବେଳେ ଲୋକଙ୍କର ସେହି ବିଶ୍ୱାସ ହିଁ ତାଙ୍କୁ ଆଗକୁ ବଢ଼ିବାକୁ ସାହସ ଦେଇଥିଲା।

ନିଜ କାର୍ଯ୍ୟକାଳର ଏକ ଭାବପ୍ରବଣ ମୁହୂର୍ତ୍ତକୁ ମନେ ପକାଇ ସେ ଜଣେ ବୃଦ୍ଧା ମହିଳାଙ୍କ କଥା କହିଛନ୍ତି। ଯେତେବେଳେ ସେ ପ୍ରଥମଥର ପାଇଁ ସେହି ବୃଦ୍ଧାଙ୍କ ଗାଁକୁ ପାଣି ପହଞ୍ଚାଇଥିଲେ, ସେତେବେଳେ ସେହି ମହିଳାଜଣକ କିଛି ନ କହି କେବଳ ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ। ଦିବ୍ୟା କହିଛନ୍ତି ଯେ, ଆଜି ସେ IAS ପଦବୀ ଛାଡିଥାଇପାରନ୍ତି, କିନ୍ତୁ ସେହି ବୃଦ୍ଧାଙ୍କ ଆଶୀର୍ବାଦ ଏବଂ ଦେଶ ଗଠନର ସ୍ୱପ୍ନ ସବୁଦିନ ପାଇଁ ତାଙ୍କ ସହିତ ରହିବ।