ଭୁବନେଶ୍ୱର ୨୪।୦୯ : ରାଜଧାନୀରେ ଯୁବକଙ୍କ ଉତ୍ପାତ । ହନୁମାନଙ୍କ ପରମ ଭକ୍ତ କହି ମଚାଇଲେ ଉତ୍ପାତ । ହନୁମାନଙ୍କ ହାତରେ ଥିବା ଗଦା ଛଡ଼ାଇ ଆଣିଲେ ଯୁବକ । ହାତରେ ଗଦା ଧରି ମନ୍ଦିର ଆଗରେ ମାରିଲେ ପଇଁତରା । ଭୟରେ ସ୍ଥାନୀୟଲୋକେ ।

ଖବର ଅନୁଯାୟୀ, ଗୁରୁବାର ଅପରାହ୍ନ । ଭୁବନେଶ୍ୱରର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ଜଣେ ଯୁବକ ଆସି ଉତ୍ପାତ ମଚାଇଥିଲେ । ହନୁମାନଙ୍କ ପରମ ଭକ୍ତ କହି ମଚାଇଲେ ଉତ୍ପାତ। ହନୁମାନଙ୍କ ହାତରେ ଥିବା ଗଦା ଛଡ଼ାଇ ଆଣିଲେ ଯୁବକ। ମନ୍ଦିର ଆଗରେ ଗଦା ଧରି ମାରିଲେ ପଇଁତରା। ସ୍ଥାନୀୟ ଲୋକେ ଅଟକାଇବାରୁ ଭିଆଇଲେ କାଣ୍ଡ। ଗଦା ଫିଙ୍ଗି ଛୁରୀରେ ନିଜ ଦେହକୁ କଲେ ଆଘାତ।

Also Read:-ଘରେ କରୁଛନ୍ତି କି ବିଜନେସ୍ ? ସାବଧାନ ! ୩୦୦ ଘର ଚିହ୍ନଟ, ଜାରି ହୋଇଛି ୬ ହଜାର ନୋଟିସ୍

ସେପଟେ ଖବର ପାଇ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲା ତମାଣ୍ଡୋ ଥାନା ପୋଲିସ। ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି ପୋଲିସ। ତମାଣ୍ଡୋ ଥାନା ଲକ୍ଷ୍ମୀନଗର ବସ୍ତିରେ ଘଟିଛି ଘଟଣା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ କାହିଁକି ଏଭଳି କାଣ୍ଡ ଘଟାଇଲେ, ତାହାର ପ୍ରକୃତ କାରଣ ଖୋଜୁଛି ପୋଲିସ।