ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଲରମ୍ଭାଥାନା ଗୁଞ୍ଛାଡ଼ିହି ଗ୍ରାମରେ ଅଭାବନୀୟ ଘଟଣା । ବାରହା ମାରିବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଯୁବକ ମୃତ। ବଡ଼ କଥା ହେଲା ଯୁବକ ଜଣକ ନିଜ ଶାଳୀଙ୍କ ସହ ଫେରାର ମାରୁଥିବା ବେଳେ ତାଙ୍କ ସହ ଅଘଟଣ ଘଟିଥିଲା। ଆହୁରି ମଧ୍ୟ ଘଟଣାସ୍ଥଳରୁ ପ୍ରାୟ ୪ କିଲୋମିଟର ଦୂରରେ ମିଳିଛି। ଏମିତିରେ ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଲରମ୍ଭାଥାନା ଚନ୍ଦନଜୁରୀ ଗାଁର କ୍ଷେତ୍ର ବାଗ, ଗୁଞ୍ଛାଡ଼ିହି ଗ୍ରାମର ତାଙ୍କ ସମ୍ପର୍କୀୟ ଶାଳୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଫେରାର ମାରୁଥିଲେ। ହେଲେ ଜଙ୍ଗଲ ମଧ୍ୟରେ ଗଲାବେଳେ ବାରହା ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ମୃତକଙ୍କ ଶାଳୀ ଘଟଣାସ୍ଥଳରୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଶବ ଗାଏବ ହୋଇଯାଇଥିଲା।

Also Read: ଜଳପ୍ରପାତରେ ଯୁବକ ନିଖୋଜ, ସେଲ୍ଫି ନେବା ବେଳେ ଖସି ପଡ଼ିବାରୁ ଅଘଟଣ

ଏମିତିରେ ଲରମ୍ଭା ଥାନାରେ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ୧୫ ଘଣ୍ଟା ପରେ ଘଟଣାସ୍ଥଳରୁ ୪ କିଲୋମିଟର ଦୂର ପାହାଡ଼ ଗୁମ୍ଫାରୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ମୃତଦେହ ଜବତ କରିବା ସହିତ ଶବକୁ କିଏ ଓ କାହିଁକି ଗାଏବ କରିଥିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ଲରମ୍ଭା ପୋଲିସ।