ବରଗଡ଼ ୧୯।୧୦: ବରଗଡ଼ ଶିବ ବିଶ୍ୱାଳ ହତ୍ୟା ଘଟଣାରେ ୨ ଜଣ ଗିରଫ । ରବିବାର ବିଳମ୍ବିତ ରାତିରେ ଶିବଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ଼ କରି ଅତାବିରା ଭୋଇପୂରା କେନାଲ ବ୍ରିଜରେ ଫୋପାଡି ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ଛାନଭିନ୍ କରି ୨ ଅଭିଯୁକ୍ତ ଦୀପକ ପଞ୍ଚମ ଓ ସାହିଲ ଦୁଙ୍ଗୁରିକୁ ଗିରଫ କରିଛି । ସାମାନ୍ୟ ବଚସାକୁ ନେଇ ଛୁରା ମାଡ ହୋଇଥିବା ଜଣାପଡ଼ିଛି ।

ରବିବାର ବିଳମ୍ବିତ ରାତିରେ ଶିବ ବିଶ୍ୱାଳ ନାମକ ଯୁବକକୁ ଛୁରା ମାଡ଼ କରାଯାଇଥିଲା । ଟଙ୍କା ନେଣଦେଣକୁ ନେଇ ପ୍ରଥମେ ବଚସା ଓ ପରେ କିଛି ଯୁବକ ଶିବଙ୍କ ଉପରେ ଛୁରା ମାଡ଼ କରିଥିଲେ । ଘଟଣାର ଖବର ପାଇ ଅତାବିରା ପୋଲିସ ଭୋଇପୂରା କେନାଲ ବ୍ରିଜ ଉପରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିବଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read:- ମାଟ୍ରିମୋନି ଆପ୍‌ରେ ଫେକ୍ ପରିଚୟ, ମହିଳାଙ୍କୁ ଠକି ବଳଭଦ୍ର ଗିରଫ

ତେବେ ଏ ଘଟଣାର ଛାନଭିନ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ଦୀପକ ପଞ୍ଚମ ଓ ସାହିଲ ଦୁଙ୍ଗୁରି । ଏମାନେ ସମସ୍ତେ ଏକାଠି ହୋଇ ପୂଜା ଦେଖୁଥିଲେ । ଏହା ପରେ ଏମାନଙ୍କ ଭିତରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ସେଠାରେ ହିଁ ଦୀପକ ସାଥୀ ଶିବଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ପୋଲିସ ଦୁଇଟି ଟିମ୍ ଗଠନ କରି ଏମାନଙ୍କୁ ଗିରଫ କରିଛି ।