ଖୋର୍ଦ୍ଧା ୧୪।୮: ବ୍ରିଜ୍ ଉପରୁ ନଦୀକୁ ଡେଇଁଲେ ଯୁବକ । ବ୍ରିଜ୍ ଉପରେ ରହିଛି ବାଇକ୍ ଓ ମୋବାଇଲ । ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ।

ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ମଲାଗୁଣି ନଦୀ ବ୍ରିଜ୍ରୁ ଜଣେ ଯୁବକ ନଦୀ ଭିତରକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ବ୍ରିଜ୍ ଉପରେ ତାଙ୍କ ବାଇକ୍ ଓ ମୋବାଇଲ୍ ଥିବା ଜଣାପଡ଼ିଛି । ନିରାକାରପୁର ଥାନା ଅଞ୍ଚଳର ଯାଜପୁର ଗ୍ରାମର ଜିତେନ୍ଦ୍ର ପ୍ରଧାନ ନାମକ ଏହି ଯୁବକଙ୍କୁ ନେଇ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଦେଖାଦେଇଛି ।

ଖବର ପାଇ ଜଙ୍କିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିଶମ ବାହିନୀର ୭ ଜଣିଆ ଟିମ୍ ବୋଟ୍ ସହାୟତାରେ ମଲାଗୁଣି ନଦୀରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକଙ୍କ ନଦୀକୁ ଡେଇଁବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।