ପାଲଲହଡ଼ା ୧୨।୬: ଡଙ୍ଗାରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ରେଙ୍ଗାଳି ଜଳଭଣ୍ଡାରରେ ନିଖୋଜ ହୋଇଛନ୍ତି ଯୁବକ । ନିଖୋଜ ଯୁବକ ପାଲଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ଜାମୁଦା । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଲାଣ୍ଡିଝରି ଗ୍ରାମର ଅନିଲ ଜାମୁଦା ନାମକ ଜଣେ ଯୁବକ ରେଙ୍ଗାଳି ଜଳଭଣ୍ଡାରକୁ ଡ଼ଙ୍ଗାରେ ମାଛ ଧରିବାକୁ ଯାଇଥିଲେ । ଗୁରୁବାର ସନ୍ଧ୍ୟାରେ ମାଛ ଧରିବାକୁ ଯାଇଥିବା ପରିବାର ଲୋକ କହିଛନ୍ତି । ତେବେ ଡ଼ଙ୍ଗା ସହ ସେ ବୁଡି ଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗୁରୁବାର ସନ୍ଧ୍ୟାରେ ବହୁତ ଜୋରରେ ପବନ ହେଉଥିବା ବେଳେ ମଝି ନଦୀରେ ଡ଼ଙ୍ଗା ସହ ସେ ବୁଡ଼ିଯାଇବା ସନ୍ଦେହ କରାଯାଇଛି । ତେବେ ପାଲଲହଡା ଅଗ୍ନିଶମ ବିଭାଗ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛି । ଖବର ଲେଖାହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା ।