ସମ୍ବଲପୁର ୦୬।୦୭ : ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ସମ୍ବଲପୁର ସିଟି ଷ୍ଟେସନ ପଛପଟେ ଥିବା ନାଳରେ ଭାସିଗଲେ ଯୁବକ । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଖବର ଅନୁଯାୟୀ, ଲଗାଣ ବର୍ଷାରେ ଲାଗି ଏବେ ଚାରିଆଡେ ପାଣି । ତଳିଆ ଅଞ୍ଚଳ ଏବେ ବର୍ଷା ପାଣିରେ ଉବୁଟୁବୁ । ଏସବୁ ଭିତରେ ସମ୍ବଲପୁର ସିଟି ଷ୍ଟେସନ ପଛପଟୁ ଆସିଛି ଏକ ଅଘଟଣର ଖବର । ସୁରେଶ ମହାରଣା ନାମକ ଜଣେ ଯୁବକ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି । ସେପଟେ ପାଣିରେ ଭାସିଯିବା ଖବର ପାଇବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ।