ବାସୁଦେବପୁର: ସାପ ସହ ହସ୍ପିଟାଲରେ ପହଞ୍ଚିଲେ ଗୁରୁତର ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବାଲିମେଦ ଗାଁରେ । ବିଷାକ୍ତ ସାପ କାମୁଡ଼ାରେ ଗାଁର କାଳନ୍ଦୀ ଜେନାଙ୍କ ପୁଅ ବିଜୟ ନାମକ ଯୁବକ ଗୁରୁତର ଆହତ ହୋଇଥିବା ବେଳେ, ଯୁବକ ଜଣଙ୍କ ସାପକୁ ଧରି ଡାକ୍ତରଖାନାରେ ପହଂଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ବିଜୟଙ୍କ ଘର ସମ୍ମୁଖ ରାସ୍ତାରେ ସାଥୀମାନଙ୍କ ସହ ସନ୍ଧ୍ୟାରେ ବୁଲୁଥିବା ବେଳେ ଏକ ବିଷଧର ସାପ ତାଙ୍କ ପାଦକୁ କାମୁଡ଼ି ଦେଇଥିଲା। ତେବେ ସଙ୍ଗେ ସଙ୍ଗେ ମୋବାଇଲ ଟର୍ଚ୍ଚ ମାରି ସାପଟିକୁ ଠାବ କରିଥିଲେ। ଆଉ କୌଶଳକରି ସାପଟିକୁ ଧରି ଏକ ଡବାରେ ପୁରାଇ ନିଜେ ଡାକ୍ତରଖାନା ଆସିଥିଲେ। ବାସୁଦେବପୁର ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ପଠାଇ ଦିଆଯାଇଛି।

Also Read: ଏମିତି ବି ଆସେ ମୃତ୍ୟୁ, ଶବ ସହିତ ଆସି ଶବ ପାଲଟିଗଲେ​​​​​​​