ବ୍ରହ୍ମପୁର ୧୨।୦୭ : ବ୍ରହ୍ମପୁରରେ ପୁଣି ଭାଇଗିରି | ବନ୍ଦ କୋଠରୀରେ ରଖି ଯୁବକଙ୍କୁ ଅନ୍ୟ କିଛି ଯୁବକ ପ୍ଲାଷ୍ଟିକ ପାଇପରେ ମାଡ଼ ମାରୁଛନ୍ତି l ଏଭଳି ଅକଥନୀୟ ଭିଡିଓ ଏବେ ଭାଇରଲ ହୋଇଛିl ଏହି ଘଟଣା ବ୍ରହ୍ମପୁର ସଦର ଥାନା ଅଂଚଳର ମାସକ ପୂର୍ବର ବୋଲି ଜଣାପଡିଥିବା ବେଳେ ପୋଲିସ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ l

ତେଵେ ମାଡ଼ ଖାଉଥିବା ଯୁବକ ଜଣକ ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁ ଶାସନର ପ୍ରଶାନ୍ତ ଦାସ ବୋଲି ସୂଚନା ମିଳିଛି l ସେ ଭୟରେ ଅନ୍ୟତ୍ର ସ୍ଥାନରେ ରହୁଛନ୍ତି l ତାଙ୍କ ଜୀବନ ପ୍ରତି ଭୟ ଥିବାରୁ ସେ ସ୍ପିଡ ପୋଷ୍ଟ ଜରିଆରେ ବ୍ରହ୍ମପୁର ସଦର ଥାନା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜିଲ୍ଲାପାଳ ଗଞ୍ଜାମ, ଏସପି, ଆଦିକୁ ନିଜର ସୁରକ୍ଷା ପାଇଁ ଚିଠି ଲେଖିଥିବା ଜଣାପଡିଛି | ଏପରିକି ସେ ଜଣେ ଗରିବ ଘରର ପିଲା ବୋଲି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି l

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଏହି ଘଟଣାରେ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏହାସହ ମାଡ଼ ଖାଇଥିବା ଯୁବକ କୃପାସିନ୍ଧୁପୁର ଗାଁର ପ୍ରଶାନ୍ତ ଦାସ ବୋଲି ଜଣାପଡିଛି 

Also Read:-Lady Forester Suspend: କାଠ ମାଫିଆଙ୍କ ସହ ଲିଙ୍କ୍ ଏବଂ କର୍ତ୍ତବ୍ୟରେ ଅବହେଳା : ମହିଳା ଫରେଷ୍ଟର ଚାକିରିରୁ ନିଲମ୍ବିତ