ଦିଗପହଣ୍ଡି ୧୮।୦୫ : ଯୁବକଙ୍କ ଆକସ୍ମିକ ମୃତ୍ୟୁ । ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ ଯୁବକ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗାଁର ରଘୁନାଥ ଗୌଡ଼ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରଘୁନାଥ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସକାଳେ ଗାଁ ନିକଟ ଚାଷଜମିକୁ କାମ କରିବାକୁ ଯାଇଥିଲେ ରଘୁନାଥ । ସେଠାରେ ଥିବା ଗଛରୁ ଆମ୍ବ ତୋଳିବା ପରେ ଚାଷ ଜମିରେ କାମ କରୁଥିଲେ । ଏହି ସମୟରେ ହଠାତ୍ ରଘୁନାଥ ଚାଷଜମିରେ ଅଚେତ ହୋଇ ପଡିଯାଇଥିଲେ । ଏହାପରେ ଆଖପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଅଚେତ ଅବସ୍ଥାରେ ଝରିପଦର ଗାଁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର।

Also Read:-Laxmi Narayan Yoga May 2026: ଲକ୍ଷ୍ମୀ ନାରାୟଣ ଯୋଗ ୨୦୨୬, ମେ’ ଶେଷରେ ଚମକିବ ଭାଗ୍ୟ! ବୁଧ-ଶୁକ୍ର ମିଳନରୁ ଏହି ୪ଟି ରାଶି ଉପରେ ହେବ ଧନବର୍ଷା

ସେପଟେ ରଘୁନାଥଙ୍କ ସ୍ତ୍ରୀ କନ୍ଧୁଣି ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଏତଲା ପୋଲିସ ଦିଗପହଣ୍ଡି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ଅନୁଯାୟୀ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି ।