ସୋର ୧୯।୦୭ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ସିଂହସାହି ଗାଁରୁ ଠାବ ହୋଇଛି ମୃତଦେହ । ଘର ଭିତରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଲହୁମୁହାଣ ପଞ୍ଚାୟତ କାଳନ୍ଦୀପାଟଣା ଗାଁରେ ବଳରାମ ସେଠୀଙ୍କ ପୁଅ ଅନନ୍ତ ସେଠା ବୋଲି ଜଣାପଡିଛି । ମୃତକଙ୍କ ବୟସ ୨୭ ବୋଲି ଜଣାପଡିଛି ।  

ପରିବାର ଲୋକଙ୍କ କହିବା ଅନୁସାରେ, ଅନନ୍ତ ଆଙ୍ଗୁଳାର ପିଣ୍ଟୁ ରାୟଙ୍କ ଝିଅ ଉର୍ମିଳା ସେଠୀଙ୍କୁ ବିବାହ କରିଥିଲେ । ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବିବାଦ ଲାଗିରହୁଥିଲା । ଏପିରିକି କିଛି ଦିନ ତଳେ ଅନନ୍ତଙ୍କ ସ୍ତ୍ରୀ ଓ ତାଙ୍କ ଶଳା କୌଣସି କଥାକୁ ନେଇ ଅନନ୍ତଙ୍କୁ ମାରପିଟ କରିଥିଲେ । ଗତ ଶୁକ୍ରବାର ଅନନ୍ତ ଘରୁ ବଜାରକୁ ଆସୁଛି କହି ଆଉ ଫେରିନଥିଲେ । ରବିବାର ସକାଳେ ପରିବାର ଲୋକ ଖବର ପାଇ ଖଞ୍ଜାମାହାଲରେ ପୂର୍ଣ୍ଣ ସିଂହଙ୍କ ଘର କବାଟରେ ତାଲା ପଡିଥିଲା । ବାରମ୍ବାର ଡାକିବା ପରେ ବି କୌଣସି ଉତ୍ତର ମିଳିନଥିଲା । ଶେଷରେ କବାଟ ଫାଙ୍କରେ ପୁଅ ଅନନ୍ତ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୁଅ ଅନନ୍ତଙ୍କୁ ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଛନ୍ତି । ଏହାପରେ ତାଙ୍କୁ ଆତ୍ମହତ୍ୟା ଦର୍ଶାଇବା ପାଇଁ ଝୁଲାଇ ଦେଇଛନ୍ତି ବୋଲି ପରିବାର ଲୋକେ କ୍ୟାମେରା ଆଗରେ ଅଭିଯୋଗ କରିଛନ୍ତି ।

Also Read:-ମୁହାଁମୁହିଁ ଆମେରିକା-ଇରାନ: ପଶ୍ଚିମ ଏସିଆରେ ମହାଯୁଦ୍ଧର ଆଶଙ୍କା, ରାତାରାତି ପାଇଁ ବଡ଼ ଆକ୍ରମଣ

ଅନ୍ୟପଟେ ସୋର ପୋଲିସ ଘଟଣା ସଂପର୍କରେ ଖବର ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି ତଦନ୍ତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ମଧ୍ୟ ସହଯୋଗ ନେଇଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Watch Video:-