ନୂଆଦିଲ୍ଲୀ: ୟେମେନ ରାଜଧାନୀ ସାନା । ସଡ଼କରେ ସକାଳୁ ୭ଟାରୁ ଯେଉଁଠି ସାରା ଦୁନିଆ ନିଜର ଦୈନନ୍ଦୀନ କାମରେ ଲାଗିଥାଏ । ସେଇଠି ୧୪ ବର୍ଷୀୟ କାସିମ ଗୋଟିଏ ଧଳା ଧୋବ ଫରଫର ଥଳି ଧରି ଆରମ୍ଭ କରେ ତାର ସଂଘର୍ଷ । ତେବେ ଏହି ଥଳି କୌଣସି ସ୍କୁଲ ବ୍ୟାଗ ନୁହେଁ, ବରଂ ପ୍ଲାଷ୍ଟିକ ଖାଲି ବୋତଲ ଏକାଠି କରିବାର ଥାଳି । ମୋଟାମୋଟି ଭାବେ କହିବାକୁ ଗଲେ ବୋତଲ ଗୋଟାଇବାର କାମ ।

ଅଲ୍‌ଜଜିରା ରିପୋର୍ଟ ମୁତାବକ, କାସିମ ଭଳି ଲକ୍ଷ ଲକ୍ଷ ପିଲାଙ୍କ ସ୍କୁଲ ଯିବା ଏବେ ସ୍ୱପ୍ନ । କାରଣ ପିଲାଙ୍କୁ ପଢାଇବାର କ୍ଷମତା ନାହିଁ ପରିବାର ନିକଟରେ ।କାସିମ ଦିନା ସାରା ବୋତଲ ଗୋଟାଇଲେ ୧,୫୦୦ ୟେମେନୀ ରିୟାଲ ଅର୍ଥାତ୍ ପାଖାପାଖି ୩ ଡଲାର ମିଳିବ । ଏହି ରାଶି ତାର ୬ ପରିବାରର ଗୋଟିଏ ବେଳାର ଖାଦ୍ୟ । ଦ୍ୱିପହର ଖାଇବା ପରେ ୧୨ ବର୍ଷର ବାଇକୁ ସମ୍ଭାଳିବା ବି କାସିମର ବଡ଼ ଦାୟିତ୍ୱ । ସେତିକିରେ ସରେନି ଦୁଃଖ । ରାତି ଖାଇବା ପାଇଁ କରିବାକୁ ପଡ଼େ ଯୁଗାଡ଼ । ଆଉ କାସିମକୁ ଯଦି ପାଠ କଥା କୁହାଯାଏ ତେବେ କାସିମ କୁହେ କ୍ଲାସରୁମ୍‌ରେ ବସିଲେ ମୋର ପେଟ ପୋଷିହେବନି ।

କାହିଁକି ବର୍ବାଦ ହୋଇଛି ୟେମେନରେ ପିଲାଦିନ?

ୟେମେନରେ ଏହି ସଂକଟ ୨୦୧୪ରେ ଆରମ୍ଭ ହୋଇଥିଲା । ଯେତେବେଳେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ସମର୍ଥିତ ସରକାରୀ ସେନା ମଧ୍ୟରେ ଆରମ୍ଭ ହୋଇଥିଲା ଗୃହଯୁଦ୍ଧ । ଦଶକ ଦଶକ ଧରି ଚାଲିଥିବା ଏହି ଯୁଦ୍ଧ ୟେମେନର ଅର୍ଥବ୍ୟବସ୍ଥାକୁ ପୁରା ପୁରି ଧ୍ୱସ୍ତ ବିଧ୍ୱସ୍ତ କରିଦେଲା । ଆଜି ଦେଶରେ ଥିବା ୨,୪୦୦ ରୁ ଅଧିକ ସ୍କୁଲ୍ ଭଗ୍ନାବଶେଷ ତଳେ । ଆହୁରି ବି ଶିକ୍ଷକମାନଙ୍କୁ ବର୍ଷ ବର୍ଷ ଧରି ମିଳୁନି ଦରମା । ଗରୀବର ହେବାର କାରଣ ହେଉଛି, ୮୦% ଜନସଂଖ୍ୟା ମାନବୀୟ ସହୟାତେ ଉପରେ ନିର୍ଭରଶୀଳ । ଯେଉଁଥିରେ ପିଲାଙ୍କ ପାଇଁ ସ୍କୁଲ ବଦଳରେ ପେଟର ଭୋକ ପ୍ରାଥମିକତା ପାଲଟିଯାଇଛି ।

ୟୁନିସେଫେ ରିପୋର୍ଟ ଅନୁସାରେ ୟେମେନ ସ୍କୁଲ ଯିବାର ବୟସ ଥିବା ପାଖାପାଖି ୩୨ ଲକ୍ଷ ପିଲା ଏବେ ସ୍କୁଲ୍ ବାହାରେ । ସେହିଭଳି ୧୫ ଲକ୍ଷ ବିସ୍ଥାପିତ ପିଲା ଏମିତି ଅଛନ୍ତି କି, ଯେଉଁମାନଙ୍କ ସ୍କୁଲ ପିଲା ବନ୍ଦ ହେବା ଉପରେ । ଏପ୍ରିଲ ୨୦୨୨ ଯୁଦ୍ଧ ବିରତି ପରେ ଆର୍ଥିକ ସ୍ଥିତି ପିଲାଙ୍କୁ କଲମ ଛଡାଇ ଶ୍ରମିକ କରିବାକୁ ବାଧ୍ୟ କରିଛି । 

Also Read....ବିନାଶ ଆଣିଦେଲା କି ଅପରେସନ ସିନ୍ଦୁର ! ବର୍ଷକ ପରେ ବି ଅଣ୍ଡରଗ୍ରାଉଣ୍ଡ କୁଖ୍ୟାତ ଆତଙ୍କୀ

ସେତିକି ନୁହେଁ ଯୁଦ୍ଧ ମାଆ ବାପାଙ୍କ ଚିନ୍ତାଧାରା ବି ବଦଳାଇଛି । କାସିମଙ୍କ ବାପା ଅବ୍ଦୁ ଯିଏ କି ନିଜେ ଜଣେ ଶ୍ରମିକ । ତାଙ୍କ କହିବା କଥା ଭୋକିଲା ପିଲାଙ୍କୁ ଦେଖିବା ସ୍କୁଲ ଛାଡିଥିବା ପିଲାଙ୍କଠାରୁ ବେଶି ଦୟନୀୟ । ସେ ଦେଖନ୍ତି ୟୁନିଭରସିଟି ଗ୍ରାଜୁଏଟ୍ ବି ନିର୍ମାଣ ସ୍ଥଳୀରେ ଶ୍ରମିକଙ୍କ ସନ୍ଧାନରେ ଅଛି । ସେଥିପାଇଁ ତାଙ୍କୁ ଲାଗେ କି, ଶିକ୍ଷାରେ ସମୟ ଏବଂ ପଇସା ବର୍ବାଦ କରିବା ଅପେକ୍ଷା ପିଲା କାମ ଶିଖିବା ବହୁତ ଭଲ ।

​​​​​​​୨୪୦୦ ସ୍କୁଲ ଭସ୍ମ:

​​​​​​​ସେଭ ଦ ଚିଲଡ୍ରେନ୍ ଅନୁସାରେ ୟେମେନରେ ୨,୪୦୦ ରୁ ଅଧିକ ସ୍କୁଲ ସଂପୂର୍ଣ୍ଣ ରୂପେ ମାଟିରେ ମିଶିସାରିଛି । ନଚେତ୍ ସେନା ଦ୍ୱାରା ତାକୁ ବାସ ଉପଯୋଗୀ କରିଛି । ଆଉ ବାକି ସ୍କୁଲରେ ଶିକ୍ଷକମାନଙ୍କୁ ମିଳୁନି ଦରମା । ୟେମେନର ଏହି ଚିତ୍ର କେବଳ ଦେଶର ବର୍ବାଦ ନୁହେଁ, ବରଂ ପରବର୍ତ୍ତୀ ପିଢୀର ଭବିଷ୍ୟତକୁ ରଖିଛି ଅନ୍ଧକାରରେ ।