ମୁମ୍ଵାଇ ୨୫।୦୮; ବଲିଉଡର ଚର୍ଚ୍ଚିତ ଅଭିନେତା ଈଶାନ ଖଟ୍ଟର। ବର୍ତ୍ତମାନ ତାଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଶାହିଦ କପୁରଙ୍କ ଭାଇ ତଥା ଅଭିନେତା ଈଶାନ ଏବଂ ମାଲେସିଆନ୍ ମଡେଲ୍ ଚାନ୍ଦନୀ ବେଞ୍ଜଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ, ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଈଶାନ ଏବଂ ଚାନ୍ଦନୀ ପ୍ରାୟ ତିନି ବର୍ଷ ଧରି ପରସ୍ପର ସହ ରହିବା ପରେ, ବର୍ତ୍ତମାନ ପାରସ୍ପରିକ ସମ୍ମତିରେ ସେମାନଙ୍କ ସମ୍ପର୍କକୁ ଶେଷ କରିଛନ୍ତି। ୨୦୨୩ ମସିହାରୁ ଉଭୟଙ୍କ ଡେଟିଂ କଥା ସାମ୍ନାକୁ ଆସିଥିଲେ ହେଁ, ସେମାନେ କେବେ ବି ଏହାକୁ ଅଫିସିଆଲ ଭାବରେ ସ୍ୱୀକାର କରିନଥିଲେ। ତେବେ ଫିଲ୍ମଫେୟାରର ରିପୋର୍ଟ ମୁତାବକ, ବର୍ତ୍ତମାନ ଉଭୟ ଅଲଗା ସମୟ ବିତାଉଛନ୍ତି ଏବଂ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ବ୍ରେକଅପ୍ ପରେ ଈଶାନ ସମ୍ପୂର୍ଣ୍ଣ ଭାବରେ ନିଜ କାମ ଉପରେ ଧ୍ୟାନ ଦେଉଛନ୍ତି। ସେ ସେପ୍ଟେମ୍ବର ମାସରୁ ତାଙ୍କର ଲୋକପ୍ରିୟ ୱେବ୍ ସିରିଜ୍ "ଦି ରୟାଲ୍ସ" ସିଜିନ୍-୨ ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହାସହ ତାଙ୍କର "ଜୁଗାଡୁ" ନାମକ ଅନ୍ୟ ଏକ ପ୍ରୋଜେକ୍ଟ ମଧ୍ୟ ରହିଛି। ତେବେ ବ୍ୟକ୍ତିଗତ ଜୀବନର ଏହି ନୂତନ ପର୍ଯ୍ୟାୟକୁ ପଛରେ ପକାଇ ଈଶାନ ଏବେ ନିଜର ଆଗାମୀ ସିନେମା ଏବଂ ପ୍ରୋଜେକ୍ଟଗୁଡ଼ିକ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।