ମୁମ୍ବାଇ : ବକ୍ସ ଅଫିସରେ ଧମାଲ କରୁଛି ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ 'ଟକ୍ସିକ' ! ରକ୍ଷାବନ୍ଧନ ଅବସରରେ ଫିଲ୍ମକୁ ମିଳିଛି ଦର୍ଶକଙ୍କ ଜବରଦସ୍ତ ସମର୍ଥନ । ଅଗଷ୍ଟ ୨୬ରେ ରିଲିଜ ହୋଇଥିବା ଏହି ଫିଲ୍ମର କଲେକ୍ସନ୍ ୩ ଦିନରେ ହିଁ ବମ୍ପର ରହିଛି। ତେବେ କେତେ କୋଟି ରୋଜଗାର କଲା ୟଶଙ୍କ ଫିଲ୍ମ ? ଆସନ୍ତୁ ଜାଣିବା...

ସାଉଥ୍ ସିନେମାର ରକିଂ ଷ୍ଟାର୍ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର। ରିଲିଜ୍ ପରେ ବକ୍ସ ଅଫିସ୍ରେ ଦମଦାର ପ୍ରଦର୍ଶନ କରୁଛି KGF ଷ୍ଟାର ୟଶଙ୍କ ନୂଆ ଫିଲ୍ମ ‘ଟକ୍ସିକ୍’। ଫିଲ୍ମ ରିଲିଜ୍ ହେବା ପରେ ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। ବିଶେଷ କରି ରକ୍ଷାବନ୍ଧନ ଛୁଟି ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍କୁ ଆହୁରି ମଜବୁତ କରିଛି। ରିପୋର୍ଟ ଅନୁସାରେ, ରିଲିଜ୍ର ପ୍ରଥମ ୩ ଦିନରେ ଫିଲ୍ମଟି ଦମଦାର ଆୟ କରିଛି। ପ୍ରଥମ ଦିନର କଲେକ୍ସନ୍ ପରେ ଗୁରୁବାର ଓ ଶୁକ୍ରବାର ମଧ୍ୟ ଫିଲ୍ମର ରୋଜଗାରରେ ବୃଦ୍ଧି ଦେଖାଯାଇଛି।

ରକ୍ଷାବନ୍ଧନ ଯୋଗୁଁ ପରିବାର ସହ ଲୋକେ ସିନେମା ହଲ୍କୁ ଯାଇ 'ଟକ୍ସିକ୍’ ଦେଖିଥିଲେ । ୟଶଙ୍କ କ୍ରେଜ ପାଇଁ ହାଉସଫୁଲ ହୋଇଛି ସିନେମା ହଲ | ୟଶଙ୍କ ଷ୍ଟାରଡମ୍, ଫିଲ୍ମର ଆକ୍ସନ୍ ଏବଂ ଭିନ୍ନ ଧରଣର କାହାଣୀକୁ ନେଇ ରିଲିଜ୍ ପୂର୍ବରୁ ହିଁ ଜବରଦସ୍ତ ଚର୍ଚ୍ଚା ହେଉଥିଲା । ଏବେ ବକ୍ସ ଅଫିସ୍ ନମ୍ବର ମଧ୍ୟ ଫିଲ୍ମ ନିର୍ମାତାଙ୍କୁ ଉତ୍ସାହିତ କରିଛି। ତେବେ ଆଗାମୀ ଦିନରେ ଫିଲ୍ମର କଲେକ୍ସନ୍ କେତେ ଦୂର ଯାଉଛି ଏବଂ ଏହା ୟଶଙ୍କ ପୂର୍ବ ଫିଲ୍ମଗୁଡ଼ିକର ରେକର୍ଡ ଭାଙ୍ଗିପାରୁଛି କି ନାହିଁ, ତାହା ଉପରେ ଫ୍ୟାନ୍ସଙ୍କ ନଜର।