ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଭଲ ସହରଙ୍କ ନୂଆ ଗ୍ଲୋବାଲ ରାଙ୍କିଙ୍ଗ ଜୋରି ହୋଇଛି। ଏହି ତାଲିକାରେ ସହରମାନଙ୍କୁ ସେମାନଙ୍କ ସଂସ୍କୃତି, ବାଣିଜ୍ୟ, ଭିତ୍ତିଭୂମି ଓ ଜୀବନ ଗୁଣବତ୍ତା ଆଧାରରେ ପରଖା ଯାଇଛି। ଖାସ କଥା ହେଉଛି ଯେ ଏହି ତାଲିକାରେ ଭାରତର ୩ ବଡ଼ ସହରଙ୍କୁ ମଧ୍ୟ ସ୍ଥାନ ମିଳିଛି, ଯାହା ଦେଶର ଗ୍ଲୋବାଲ ଇମ୍ପାକ୍ଟ ଓ ସୁଧୁରୁଥିବା ସିଭିକ୍ ସେନସ୍ କୁ ମଧ୍ୟ ପ୍ରଦର୍ଶିତ କରୁଛି। ଏହା ସତ୍ତ୍ୱେ ଭାରତର ଗୋଟେ ବି ସହର ବୈଶ୍ୱିକ ରାଙ୍କିଙ୍ଗର ଟପ୍- ଟେନ୍ ରେ ସ୍ଥାନ ପାଇ ପାରିନି।

ନ୍ୟୁୟର୍କ ଓ ପ୍ୟାରିସ୍
ଆମେରିକାର ନ୍ୟୁୟର୍କ ଏହି ସର୍ବୋତ୍ତମ ସହର ତାଲିକା ଦ୍ୱିତୀୟ ସ୍ଥାନରେ ରହିଛି।ଏହି ସହରକୁ ଏହାର ସଂସ୍କୃତି ଓ ଅର୍ଥନୈତିକ ସାମର୍ଥ୍ୟ ଲାଗି ଜଣାଯାଏ। ଏଠାରେ ଲଗାତାର ନିବେଶ, କାମ କରିବା ଓ ବୁଲାବୁଲି ଲାଗି ସହରକୁ ଟପ ଡେଷ୍ଟିନେସନରେ ପରିଣତ କରିଛି। ସେହିପରି ଫ୍ରାନସର ପ୍ୟାରିସ ସହର ତାଲିକାର ଶୀର୍ଷରେ ରହିଛି। ଏହି ସହରକୁ ରୋମାନ୍ସ ଓ ସୃଜନଶୀଳତାର ସିମ୍ବଲ ମନେ କରାଯାଏ। ପ୍ୟାରିସ୍ ର ଖାସ କଥା ଏହା ଯେ ଏଠାରେ ପୁରୁଣା ଐତିହ୍ୟ ଓ ଆଧୁନିକ ଇନୋଭେସନର ଉଲ୍ଲେଖନୀୟ ମେଳ ଦେଖାଯାଏ।

ଟୋକିଓ ଏବଂ ମାଦ୍ରିଦ
ଜାପାନ ରାଜଧାନୀ ଟୋକିଓ ନିଜର ଭିତ୍ତିଭୂମି, ଟେକ୍ନୋଲଜି ଓ କଲଚର ଲାଗି ବେଶ୍ ପ୍ରସିଦ୍ଧ। ଏହି ସହର ଗ୍ଲୋବାଲ କନେକ୍ଟିଭିଟି ଓ ହାଇକ୍ୱାଲିଟି ଲାଇଫ ମାମଲାରେ ସବୁବେଳେ ଆଗରେ ଥାଏ। ଏହା ସହିତ ସ୍ପେନ ରାଜଧାନୀ ମାଦ୍ରିଦ୍ ସହର ମଧ୍ୟ ଟପ-୧୦ ସହର ତାଲିକାରେ ରହିଛି। ଏହି ସହର ନିଜର କଳା, ଆରାମପ୍ରଦ ଜୀବନଶୈଳୀ ଓ ମଜଭୁତ କମ୍ୟୁନିଟି ଅଭିଜ୍ଞତା ଲାଗି ପ୍ରସିଦ୍ଧ, ଯାହା ଏହାକୁ ସନ୍ତୁଳିତ ଜୀବନ ବଞ୍ଚିବା ଲାଗି ଏକ ପରଫେକ୍ଟ ସହର ଭାବେ ଗଢି ତୋଳିଛି।

ସିଙ୍ଗାପୁର ଓ ରୋମ
ସିଙ୍ଗାପୁର ନିଜର ସ୍ଥିରତା, ସୁରକ୍ଷା ଓ ଟେକ୍ନୋଲଜି ଲାଗି ସାରା ବିଶ୍ୱରେ ପରିଚିତ। ଏହା ଏପରି ଏକ ସହର ରାଜ୍ୟ ଯାହା ସଫାସୁତରା, ଦକ୍ଷତା ଓ ମଡର୍ଣ୍ଣ ଲାଇଫର ଏକ ଉଲ୍ଲେଖନୀୟ କମ୍ବିନେସନ ଭାବେ ଗଢି ଉଠିଛି। ସେହିପରି ଇଟାଲୀର ରୋମ ନିଜର ସମୃଦ୍ଧ ଇତିହାସ, ପ୍ରାଚୀନ ଭବନ ଓ ଜୀବନ୍ତ ସଂସ୍କୃତି ଲାଗି ବେଶ୍ ପରିଚିତ। ଏହି ସହର ଆଜିବି ବୈଶ୍ୱିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ରାଜନୈତିକ କେନ୍ଦ୍ର ହୋଇ ରହିଛି।

ଦୁବାଇ ଓ ବର୍ଲିନ
ୟୁଏଇର ଦୁବାଇ ଏକ ଆଧୁନିକ ମେଟ୍ରୋସିଟି, ଯାହା ତାର ଫ୍ୟୁଚରେଷ୍ଟିକ୍ ସ୍କାଏଲାଇନ ଓ ଗ୍ଲୋବାଲ ବିଜନେସ ହବ ଭାବେ ଜଣାଯାଏ। ଏହି ସହରର ତୀବ୍ର ବିକାଶ ଜାରି ରହିଛି ଓ ଏହା ବିଶ୍ୱର ସବୁଠୁ ପ୍ରଭାବଶାଳୀଙ୍କ ସହର ଭାବେ ଜଣାଯାଏ। ଅନ୍ୟପଟେ ଜର୍ମାନର ବର୍ଲିନ ଏହି ତାଲିକାରେ ଖାସ ସ୍ଥାନ ରଖୁଛି। ଏହି ସହରକୁ ଏହାର ସୃଜନଶୀଳତା, ବିବିଧତା ଓ ଷ୍ଟାର୍ଟଅପ କଲଚର ଲାଗି ଜଣାଯାଏ। ଏଠାରେ ଇତିହାସ ଓ ଉଦଭାବନର ସମାବେଶ ଦେଖିବାକୁ ମିଳିଥାଏ।

ବାର୍ସିଲୋନା ଓ ବେଙ୍ଗାଲୁର
ସ୍ପେନର ବାର୍ସିଲୋନା ଏକ ରମଣୀୟ ମଧ୍ୟପ୍ରାଚୀନ ସହର। ଏହାର ମଜଭୁତ ସାଂସ୍କୃତିକ ପରିଚୟ ଓ ଭାସ୍କର୍ଯ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ସହରର ଲୋକଙ୍କ ଲାଇଫଷ୍ଟାଇଲକୁ ମଧ୍ୟ ବେଶ୍ ପସନ୍ଦ କରାଯାଏ। ଏଥିରେ ଭାରତର କଥା କହିଲେ ବେଙ୍ଗାଲୁରୁ ସହର ୨୦୨୬ର ଏହି ତାଲିକାରେ ୨୯ତମ ସ୍ଥାନରେ ରହିଛି। ଏହାର କାରଣ ହେଉଛି ସହରର ଦ୍ରୁତ ବଢୁଥିବା ଇକୋ ସିଷ୍ଟମ, ଷ୍ଟାର୍ଟଅପ କଲଚର, ସ୍କିଲଡ ଟ୍ୟାଲେଣ୍ଟ ଓ ଗ୍ଲୋବାଲ ଇମ୍ପାକ୍ଟ।

ମୁମ୍ବାଇ
ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ଏହି ତାଲିକାର ୪୦ତମ ସ୍ଥାନରେ ରହିଛି। ଏହି ସହରକୁ ନିଜର ଏନର୍ଜୀ, ଆର୍ଥିକ ବଳ ଓ ବିବିଧ ସଂସ୍କୃତି ଲାଗି ଜଣାଯାଏ। ଏଠାରେ ଭିତ୍ତିଭୂମିର ଦ୍ରୁତ ଉନ୍ନତି ହେଉଛି ଓ ଏହାର ଏଣ୍ଟରଟୈନମେଣ୍ଟ ଇଣ୍ଡଷ୍ଟ୍ରି ମଧ୍ୟ ଲଗାତାର ବଢିବାରେ ଲାଗିଛି,ଯାହା ସହରକୁ ଲକ୍ଷଲକ୍ଷ ଲୋକଙ୍କ ଲାଗିଅବସରର ଗେଟୱେରେ ପରିଣତ କରିପାରିଛି।

ଦିଲ୍ଲୀ
ଭାରତର ରାଜଧାନୀ ଦିଲ୍ଲୀ ଏହି ତାଲିକାର ୫୪ତମ ସ୍ଥାନରେ ରହିଛି। ଏହି ସହର ନିଜର ଐତିହାସିକ ଗୁରୁତ୍ୱ, ଆଧୁନିକ ଭିତ୍ତିଭୂମି ଖାଦ୍ୟ ସଂସ୍କୃତି ଲାଗି ବେଶ୍ ପରିଚିତ। ହେଲେ ଗତ ୧୦ବର୍ଷ ହେଲା ଏହି ସହରର ବାୟୁ ଓ ପାଣିରେ ହେଉଥିବା ପ୍ରଦୂଷଣ ଓ ଏବାବଦେ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ପାଇଁ ସହରକୁ ତାଲିକାର ପଛକୁ ଠେଲି ଦିଆଯାଇଛି। ଏହି ସହରରେ ଯଦିଓ ମେଟ୍ରୋ ନେଟୱାର୍କ ବଢିବଢି ଚାଲିଛି ହେଲେ ସବୁଜ ବଳୟ ସୃଷ୍ଟି ଲାଗି ପଦକ୍ଷେପରେ ବହୁତ ପଛୁଆ। ଏହା ସତ୍ତ୍ୱେ ସହରରେ ବିବିଧତା ଓ ଐତିହାସିକ କିର୍ତ୍ତିରାଜିର ଅଭାବ ନାହିଁ।