ନୂଆଦିଲ୍ଲୀ ୧୭।୦୪ : ମହିଳା ସଂରକ୍ଷଣ ଆଇନ୍ ୨୦୨୩ ଲାଗୁ । ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ଆଇନ ୨୦୨୩ ଲାଗୁ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି। ସଂସଦରେ ଏହି ଆଇନରେ ଅଂଶୋଧନକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ସରକାର ଏହାକୁ ଆଜି କାହିଁକି ଲାଗୁ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସମ୍ବିଧାନଲ ସଂଶୋଧନ ଆଇନ ୨୦୨୩ର ଧାରା ୧ ଅନୁସାରେରେ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ ତାରିଖରୁ ଏହି ଆଇନ କାର୍ଯ୍ୟକାରୀ କରିବାର ତାରିଖ ଧାର୍ଯ୍ୟ କରିଛନ୍ତି ।

Also Read:-Nora Fatehi Welcomes Baby Nora: କୁନି ପିଲାର ଫଟୋ ଶେୟାର କରି ‘ବେବି ନୋରା’ ଲେଖିଲେ ନୋରା ଫତେଇ, ପ୍ରଶଂସକ ପଚାରିଲେ- ଛୁଆ କାହାର ?

୨୦୨୩ ସେପ୍ଟେମ୍ବରରେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ ହୋଇଥିଲା। ଯାହା ମହିଳା ସଂରକ୍ଷଣ ଆଇନ ନାମରେ ପରିଚିତ। ମହିଳାଙ୍କ ଭାଗିଦାରୀ ବଢ଼ାଇବା ଏହି ଆଇନ ଅନୁସାରେ ଏକ ବଡ ପଦକ୍ଷେପ। ଏହି ଆଇନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ। ତେବେ ଏହି ଆଇନ ଅନୁସାରେ ସଂରକ୍ଷଣର ଲାଭ ୨୦୨୯ ପୂର୍ବରୁ ମିଳିପାରିବ ନାହିଁ । କାରଣ ଏହାକୁ ୨୦୨୭ ଜନଗଣନା ପରେ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଯୋଡ଼ାଯାଇଛି। ବର୍ତ୍ତମାନ ଲୋକସଭାରେ ଯେଉଁ ୩ ବିଲ୍ ଉପରେ ଚର୍ଚ୍ଚା ଚାଲିଛି ତାର ଉଦ୍ଦେଶ୍ୟ ମହିଳା ସଂରକ୍ଷଣ ୨୦୨୯ରେ ଲାଗୁ କରିବା। ସରକାରୀ ତଥ୍ୟ ଅନୁସାରେ ଆଇନ ଲାଗୁ ହେବା ସତ୍ତ୍ୱେ ବର୍ତ୍ତମାନ ଲୋକସଭାରେ ଏହି ସଂରକ୍ଷଣକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । କାରଣ ସଂରକ୍ଷଣ ଲାଗୁ କରିବାକୁ ହେଲେ ପରବର୍ତ୍ତୀ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ଜରୁରୀ।