ଉଦଳା: ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲେ। ହେଲେ ଖୋଲିଯାଇଛି ୪୨୦ ମହିଳାଙ୍କ ଅସଲ ମୁଖା। ଆଉ ଏବେ ପୋଲିସ କବଜାରେ ଜାଲିଆ ମହିଳା। ଜାଲିଆ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ।

କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ବେଳେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇ ନ ଥିଲେ। ଯାହାକୁ ନେଇ ଠକାମୀ ର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ୪୨୦ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠେଇଛି। ତଦନ୍ତ ପରେ ପୋଲିସ ଜାଲିଆ ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ ହୋଇଥିଲା।

ମହିଳା ବିନୋଦିନୀ ନାୟକ କପ୍ତିପଦା ଥାନା ସମେତ ଉଦଳା, ଭଂଜପୁର, ଖାରବେଳନଗର ଥାନା,ବାଲିପାଟଣା ଥାନାରେ ରହି ଠକାମୀର ଅଭିଯୋଗ। ଯାହାକି ବିଭିନ୍ନ ଥାନା ଅଞ୍ଚଳ ରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ ଟଙ୍କା ଠକି ନେଇଛି। ଏହା ସହିତ ନିଜେ ବଞ୍ଚିବା ପାଇଁ ୩୦ ରୁ ଅଧିକ ସିମ କାର୍ଡ ବ୍ୟବହାର କରିବା ସହିତ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଥିଲା।