ସୁନ୍ଦରଗଡ଼ ୧୮।୦୯ : ଭାଇ ଆଖି ଆଗରେ ଭାସିଗଲା ଭଉଣୀ । କାହ୍ନା କୁଣ୍ଡରେ ଭାସିଗଲେ ଆଉ ଜଣେ ମହିଳା । ସୁନ୍ଦରଗଡ଼ ତଳସରା ଥାନା ଘୋଘର ନିକଟ ଇବ୍ ନଦୀର କାହ୍ନା କୁଣ୍ଡରେ ଘଟିଛି ଏହି ଅଘଟଣ ।

ଖବର ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟର ଘଟଣା। ଭାଇ ଆଖି ଆଗରେ ଭାସିଗଲା ଭଉଣୀ । ସୁନ୍ଦରଗଡ଼ ତଳସରା ଥାନା ଘୋଘର ନିକଟ ଇବ୍ ନଦୀର ଦର୍ଶନୀୟ ସ୍ଥଳୀ କାହ୍ନା କୁଣ୍ଡ ରେ ପୁଣି ଅଘଟଣ ଘଟିଛି । ନିଖୋଜ ମହିଳା ଜଣକ ସୁନ୍ଦରଗଡ ସହରର ପ୍ରଜ୍ଞାଶ୍ରୀ ପଣ୍ଡା । ସେ ତାଙ୍କ ପରିବାର ବର୍ଗଙ୍କ ସହ କାହ୍ନା କୁଣ୍ଡ ବୁଲିବାକୁ ଯାଇଥିଲେ । ଗୋଡ଼ ଖସି ଯାଇ ସେ ପାଣିରେ ପଡ଼ି ଯାଇଥିଲେ । ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । । ମହିଳା ଜଣଙ୍କ ନିଖୋଜ ହୋଇ ଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଓଡ୍ରାଫ ଟିମ୍ ଓ ପୋଲିସ ।

Also Read:-Afghanistan vs India: ୧୨୭ ରନରେ ହାରିଲା ଆଫଗାନିସ୍ତାନ, ସିରିଜ ଜିତିଲା ଇଣ୍ଡିଆ

ତେବେ ଏହି ସମାନ ସ୍ଥାନରେ ପାଣିରେ ବୁଡ଼ି ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପାଇଁ ଦାବି ହେଉଛି । ବାରମ୍ବାର ଏହି ଅଘଟଣ ଘଟୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି ।