ବ୍ରହ୍ମପୁର ୧୨।୭: ବାପା ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବ ନଗରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ଭୁବନେଶ୍ୱରରରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତ ଗୁରୁବାର ଦିନ ମହିଳା ଜଣକ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ମହିଳାଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓରେ ସେ ନିଜ ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଥିଲେ । ଏହି ମାମଲାରେ ମହିଳାଙ୍କ ବାପା ସୁବାଷ ମିଶ୍ରଙ୍କୁ ଶନିବାର ପୋଲିସ ଗିରଫ କରିଥିଲା

ବାପାଙ୍କ ପାପ ସମ୍ପର୍କରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ଆପଣେଇଥିବା ନେଇ ପୋଲିସ ଆଗରେ ଜମାନବନ୍ଦୀରେ ବୟାନ ରଖିବା ପରେ ଜହ୍ଲାଦ ବାପା ସୁବାଷ ମିଶ୍ରକୁ ଗିରଫ କରିଛି ନିମଖଣ୍ଡି ଥାନା ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ନିଜ ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ମୋବାଇଲ ଚାଟ୍ ଓ ମହିଳାଙ୍କ ବୟାନକୁ ଭିତ୍ତି କରି ସୁବାଷଙ୍କୁ ଗିରଫ କରିଥିବା ପୋଲିସ କହିଥିଲା । ମହିଳାଙ୍କ ବାପା ଶାରୀରିକ ସମ୍ପର୍କ ରଖୁଥିବା ନେଇ ଜମାନ ବନ୍ଦୀ ରେକର୍ଡ ବେଳେ ପୋଲିସକୁ କହିଥିବା ପୋଲିସ କହିଛି । ଏପରିକି ଟଙ୍କା ପାଇଁ ନିଜ ଝିଅକୁ ଦେହ ବ୍ୟବସାୟରେ ମଧ୍ୟ ଲଗାଉଥିବା ଅଭିଯୋଗ ହୋଇଥିଲା ।

Aldo Read:-କାଠ ମାଫିଆଙ୍କ ସହ ଲିଙ୍କ୍ ଏବଂ କର୍ତ୍ତବ୍ୟରେ ଅବହେଳା : ମହିଳା ଫରେଷ୍ଟର ଚାକିରିରୁ ନିଲମ୍ବିତ

ଗତ ଗୁରୁବାର ମହିଳା ଜଣକ ନିଜ ଶାଶୁ ଘରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ମହିଳା । ରବିବାର ଚିକିତ୍ସାଧିନ ଅବସ୍ଥାରେ ମହିଳା ଜଣଙ୍କ ଆଖି ବୁଜିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡ଼ିଓ ଜାରି କରିଥିଲେ ସମ୍ପୃକ୍ତ ମହିଳା । ମହିଳାଙ୍କ ଭିଡିଓକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ଇଲେକଟ୍ରିକ୍ ପ୍ରମାଣ ହାତରେ ଲାଗିଥିବା ପୋଲିସ କହିଛି । ବାପା ଏବେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଏସ୍ପି କହିଥିଲେ ।