ପୁରୀ ୧୪।୧: ଶ୍ରୀମନ୍ଦିରରେ ଅସୁସ୍ଥ ହୋଇପଡ଼ିଲେ ମହିଳା ଶ୍ରଦ୍ଧାଳୁ । ଧାଡ଼ିରେ ଠିଆ ହୋଇଥିବା ସମୟରେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ । ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଧାଡ଼ିରେ ଠିଆ ହୋଇଥିଲେ ମହିଳା ଶ୍ରଦ୍ଧାଳୁ । ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ତୁରନ୍ତ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରି ଷ୍ଟ୍ରେଚର ଯୋଗେ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ଚିକିତ୍ସା କରାଯାଇଥିଲା 

​​​​​​​ସେପଟେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ବଡ଼ ମହାସ୍ନାନ ନୀତି ପରେ ଦର୍ଶନ ସ୍ବାଭାବିକ ହେଲା । ଏଥିଯୋଗୁଁ ଦେଢ଼ ଘଣ୍ଟା ଧରି ଦର୍ଶନ ବନ୍ଦ ରହିଥିଲା । ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଥିଲା ।