ଜଗତସିଂହପୁର ୨।୯: ଟ୍ରେନ୍ ଯାତ୍ରା ସମୟରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି ଜଣେ ମହିଳା ଓ ତାଙ୍କର ୯ ମାସର ଶିଶୁ ପୁତ୍ର । ବେଙ୍ଗାଲୁରୁରୁ ଘରକୁ ଫେରୁଥିବା ବେଳେ ବାଟରୁ ଗାଏବ ହୋଇଯାଇଛନ୍ତି ମା’ ଓ ପୁଅ । ନିଖୋଜ ମହିଳା ହେଲେ ଜଗତସିଂହପୁର ଜିଲ୍ଲା ରଙ୍କେଇ ଗାଁର ପ୍ରକାଶ ମଲ୍ଲିକଙ୍କ ସ୍ତ୍ରୀ ସୁଭଦ୍ରା ମଲ୍ଲିକ ।

ମିଳିଥିବା ସୂଚନା ଅନୁସାରେ, ଗତ ୩୧ ତାରିଖ ଦିନ ସୁଭଦ୍ରା ତାଙ୍କ ୯ ମାସର ଶିଶୁ ପୁତ୍ରକୁ ଧରି ଭୁବନେଶ୍ୱର-ବେଙ୍ଗାଲୁରୁ ଏକ୍ସପ୍ରେସରେ ଭୁବନେଶ୍ୱର ଫେରୁଥିଲେ । ମାତ୍ର ଘରେ ପହଞ୍ଚିବା ପୂର୍ବରୁ ହିଁ ଉଭୟ ମା’ ଓ ପୁଅ ନିଖୋଜ ହୋଇଯାଇଛନ୍ତି । ସୁଭଦ୍ରାଙ୍କର ମୋବାଇଲ ସୁଇଚ୍ ଅଫ୍ ଅଛି । ମଙ୍ଗଳବାର ଦିନ ୧ଟା ୪୫ରେ ସୁଭଦ୍ରା ତାଙ୍କ ବାପାଙ୍କ ସହିତ ଫୋନରେ କଥା ହୋଇଥିଲେ । ଭୁବନେଶ୍ୱର ଷ୍ଟେସନକୁ ଅଟୋ ପଠାଇବାକୁ କହିଥିଲେ । ତାଙ୍କ ସାନ ଭାଇ ଜଗତସିଂହପୁରରୁ ଅଟୋ ନେଇ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ସୁଭଦ୍ରାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ଫଳରେ ଦୀର୍ଘ ସମୟ ଅପେକ୍ଷା କରି ଭଉଣୀକୁ ନପାଇବା ପରେ ନିରାଶ ହୋଇ ସେ ଘରକୁ ଫେରିଥିଲେ ।

Also Read:- ବନ୍ୟା ଅପଡେଟ୍ : ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ, ପାଣି ଘେରରେ ବାଲେଶ୍ୱରର ଅନେକ ଅଞ୍ଚଳ

ଏହି ଘଟଣାକୁ ନେଇ ସ୍ୱାମୀ ପ୍ରକାଶ ମଲ୍ଲିକ ବେଙ୍ଗାଲୁରୁ ଜିଆରପି ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ବି ଉଭୟଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

Watch Video: