ଭୁବନେଶ୍ବର ୨।୯: ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି । ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ରାଜ୍ୟରେ ୨୮ ପ୍ରତିଶତ ହୋଇଛି ଅଧିକ ବର୍ଷା । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ମଙ୍ଗଳଭାର ମୟୁରଭଞ୍ଜରେ ଅଧିକ ବର୍ଷା ହୋଇଛି । ଆଜି ସୁବର୍ଣ୍ଣରେଖାରେ ଜଳସ୍ତର ବଢିଛି । ସନ୍ଧ୍ୟା ଯାଏଁ ବଢି ୧୧.୮୪ ମିଟର ଯାଏଁ ପାଣି ଯିବ । ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ଗତକାଲି ଯାଏଁ ରହିବ ବିପଦ ।

ବାଲେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳ ପାଣି ଘେରରେ ରହିବ । ଯୋଗାଯୋଗରେ ଅଛନ୍ତି ସରକାରଙ୍କ ଟିମ୍ । ବୈତରଣୀ ଆଖୁଆପଦାରେ ଦିନ ୧ଟା ସୁଦ୍ଧା ୮.୦୦ ମିଟର ରହିଛି । ଗୋଟିଏ ଘାଇ ଖୋଲା ଅଛି । ସେଥିପାଇଁ କିଛି ଅଞ୍ଚଳ ପାଣି ଘେରରେ ଅଛି । ସନ୍ଧ୍ୟାରେ କମିବ ଜଳସ୍ତର । ଜଳକାରେ ପାଣି ବଢୁନାହିଁ । ୩ ଦିନ ଯାଏଁ ବର୍ଷା ନାହିଁ । ରାଜ୍ୟରେ କୌଣସି ଜାଗାରେ ୫୦ ମିମି ବର୍ଷା ହୋଇନାହିଁ । ମହାନଦୀରେ ବନ୍ୟା ସ୍ଥିତି ନାହିଁ । ହୀରାକୁଦର ୨ଟି ଗେଟ୍ ଖୋଲା ଅଛି ।

​​​​​​​

Also Read:- ବରିଷ୍ଠ ନାଗରିକଙ୍କ ସ୍ୱପ୍ନ ହେଲା ସାକାର, ବାରଣାସୀ ଓ ଅଯୋଧ୍ୟା ତୀର୍ଥଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ

ସେ ଆହୁରି ମଧ୍ୟ କହିଛନ୍ତି, ଆଶ୍ଚର୍ଯ୍ୟ କରୁଛି ବର୍ଷା ଟ୍ରେଣ୍ଡ । ୩ ମାସରେ ହୋଇ ସାରିଲାଣି ୪ ମାସର ବର୍ଷା । ଜୁନ୍‌ରେ ୪୭ ପ୍ରତିଶତ କମ୍ ବର୍ଷା ହୋଇଛି । କେବଳ ଜୁଲାଇରେ ୯୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ଅଗଷ୍ଟରେ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି । ୩ ମାସରେ ୨୮.୫ ପ୍ରତିଶତ ଅଧିକ ବର୍ଷା ହୋଇଛି. । ବର୍ତ୍ତମାନ ଓଡ଼ିଶା ପୁରା ମୌସୁମୀ ବର୍ଷା ପାଇ ସାରିଛି । ଚଳିତ ବର୍ଷ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା, ଦକ୍ଷିଣରେ କମ୍ ବର୍ଷା ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Watch Video: