ଅନୁଗୋଳ ୨୮।୦୯ : ସ୍ତ୍ରୀ ସାଜିଲା ହତ୍ୟାକାରୀ। ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ କରିଥିଲା ଉଦ୍ୟମ। ଶେଷରେ ପ୍ରେମିକ ସହ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଘଟଣା ଘଟିଛି ତାଳଚେର ଡେରା ଅଞ୍ଚଳରେ।

ଖବର ଅନୁଯାୟୀ, ଗତ ୨୪ ତାରିଖରେ ଛାତରୁ ପଡି ସୁରେନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୋଲିୟାରି ପୋଲିସକୁ ଖବର ମିଳିଥିଲା।  ପୋଲିସ ଘଟଣାର ତନାଘନା ଚଳାଇଥିଲା। ତଦନ୍ତରୁ ଜଣାପଡିଥିଲା ଯେ ସୁରେନ୍ଦ୍ରର ସ୍ତ୍ରୀ ହିଁ ପ୍ରେମିକ ସହ ମିଶି ତାଙ୍କୁ ମାରି ଛାତରୁ ତଳକୁ ଫିଙ୍ଗି ଦେଇଥିଲା। ମୃତ ସୁରେନ୍ଦ୍ରଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ସିଦ୍ଧାନ୍ତ ମାଝୀ ପ୍ଲାନ କରି ରାତି ଅଧରେ ସୁରେନ୍ଦ୍ରଙ୍କୁ ଛାତ ଉପରକୁ ନେଇ ବାଡ଼ିରେ ପିଟିବା ପରେ ଘଟଣାକୁ ଅନ୍ୟରୁପ ଦେବାକୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ। ତାପରେ ଛାତରୁ ରକ୍ତ ସବୁ ଧୋଇ ଦେଇ ସିଦ୍ଧାନ୍ତ ଫେରାଇ ହୋଇ ଯାଇଥିଲା। ସିଦ୍ଧାନ୍ତର ଘର ଗଡ଼ସନ୍ତ୍ରୀ ଜାମୁସାହିରେ। ସବୁ ପ୍ରମାଣକୁ ଭିତ୍ତିକରି ଉଭୟଙ୍କୁ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଛି।

Also Read:-BJD protest: MMDRକୁ ନେଇ ଗର୍ଜିଲା ବିଜେଡି ; ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ, ବିଧାନସଭା ଘେରାଉ ଉଦ୍ୟମ