ନୂଆଦିଲ୍ଲୀ: ଭାରତରେ ଯୁବବର୍ଗଙ୍କ ଠାରେ ବର୍ତ୍ତମାନ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ହେଲା ବ୍ରେନ୍ ଫଗ। ଏଇ କିଛି ବର୍ଷ ହେବ ଏହି ସମସ୍ୟାଟି ଅଧିକ ବଢ଼ି ଟାଲିଛି। ବଡ଼ କଥା ହେଲା ଏହା କୌଣସି ରୋଗ ନୁହେଁ ବରଂ ଏହା ଏକ ମାନସିକ ସ୍ଥିତି। ଏହା ଏମିତି ଏକ ସ୍ଥିତି ଯେଉଁଥିରେ ବ୍ୟକ୍ତି ମାନସିକ ସ୍ପଷ୍ଟତା(Mental Clarity)ର ଅଭାବ ଅନୁଭବ କରେ। ଏହାର ଲକ୍ଷ୍ୟଣଗୁଡ଼ିକ ହେଲା-

୧. ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା(concentration problem)
୨. ସ୍ମୃତି ଶକ୍ତି ହ୍ରାସ, କୌଣସି କଥା ମନେ ରିହିବା
୩. ନିଷ୍ପତ୍ତି ନେବାର ସମସ୍ୟା
୪. ସବୁବେଳେ ମାନସିକ ଥକାପଣ ଅନୁଭବ ହେବା୫. ଚିନ୍ତା କରିବାର କ୍ଷମତା ପ୍ରାଭିତ ହେବା

ଯୁବବର୍ଗଙ୍କ ଠାରେ କାହିଁକି ବଢ଼ୁଛି ଏହି ସମସ୍ୟା ?

ପ୍ରାୟତଃ ଚାପ, କମ ଶୋଇବା, ଦୀର୍ଘ ସମୟ ଧରି ମୋବାଇଲ ସ୍କ୍ରଲ୍ କରିବା ଭଳି ଖରାପ ଖାଦ୍ୟ ଅଭ୍ୟାସ ଯୋଗୁ ବ୍ରେନ ଫଗ ସମସ୍ୟା ବଢ଼ୁଛି। ଡିପ୍ରେସନ୍ ଏବଂ ଚିନ୍ତା ମଧ୍ୟ କେତେକ ସମୟରେ ଯୁବକମାନଙ୍କ ମଧ୍ୟରେ ବ୍ରେନ ଫଗ ସ୍ଥିତି ସୃଷ୍ଟି କରିପାରେ। ଏକ୍ସପର୍ଟଙ୍କ କହିବା କଥା ହେଲା- ମୋବାଇଲ୍ ଫୋନ୍, ଲାପଟପ୍, ସୋସିଆଲ ମିଡିଆ ଏବଂ ନୋଟିଫିକେସନ୍ ସହିତ ସବୁବେଳେ ଘେରି ରହିବା ଦ୍ୱାରା ମସ୍ତିଷ୍କକୁ ବିଶ୍ରାମ ନେବାକୁ ସମୟ ମିଳେ ନାହିଁ। ଆମର ମସ୍ତିଷ୍କ ନିରନ୍ତର ଡାଟା ପ୍ରୋସେସ କରୁଥାଏ। ଫଳରେ ମାନସିକ ଥକ୍କାପଣ ଆସିପାରେ। ଯଦି ମସ୍ତିଷ୍କ ଡିଜିଟାଲ୍ ଦୁନିଆରୁ ବିରତୀ ଦିଆଯିବ ନାହିଁ, ତେବେ ବ୍ରେନ ଫଗ ସମସ୍ୟା ବଢ଼ି ଯାଏ।

ଯୁବକମାନେ ଅଧିକାଂଶ ସମୟ ମୋବାଇଲରେ ବିତାଉଥିବାରୁ ସେଠାରୁ ଆସୁଥିବା ସ୍କ୍ରିନ ବ୍ଲୁ ଲାଇଟ ଶୋଇବା ଉପରେ ଖରାପ ପ୍ରଭାବ ପକାଉଛି। ବାସ୍ତବରେ, ପରଦାର ନୀଳ ଆଲୋକ ମେଲାଟୋନିନ୍ ହରମୋନ୍ ନିର୍ଗତକୁ ରୋକିଥାଏ, ଯାହା ନିଦକୁ ବାଧା ଦେଇଥାଏ। ପର୍ଯ୍ୟାପ୍ତ ଏବଂ ଗଭୀର ନିଦ ବିନା, ମସ୍ତିଷ୍କ ସ୍ମୃତି, ଶିକ୍ଷା ଏବଂ ଏକାଗ୍ରତା ସହିତ ଜଡିତ ପ୍ରକ୍ରିୟାଗୁଡ଼ିକୁ ସଠିକ୍ ଭାବରେ ପ୍ରକ୍ରିୟାକରଣ କରିପାରେ ନାହିଁ। ଏହା ବ୍ରେନ ଫଗ ସମସ୍ୟାକୁ ବଢ଼ାଇ ଦିଏ। ସେହିପରି ବର୍ତ୍ତମାନ ସମୟରେ ଯୁବବର୍ଗ ଘର ଖାଇବା ଅପେକ୍ଷା ବାହାର ଖାଇବା ଅଧିକ ପସନ୍ଦ କରୁଛନ୍ତି। ଫଳରେ ସେମାନଙ୍କ ଖାଇବାରେ ପୋଷଣ କମିଯାଉଛି। ଏଥିପାଇଁ ଶରୀରେ ଥକାପଣ ଓ ଦୂର୍ବଳତା ବଢ଼ିଯାଉଛି। ଭିଟାମିନ ଓ ମିନେରାଲ୍ସ କମିବା କାରଣରୁ ବ୍ରେନ ଫଗ ସମସ୍ୟା ଆହୁରି ବଢ଼ିଯାଇଥାଏ।

ସେହିପରି ବର୍ତ୍ତମାନ, ଯୁବପିଢ଼ିଙ୍କ ମଧ୍ୟରେ ଚାପ ସ୍ତର ବହୁତ ବୃଦ୍ଧି ପାଇଛି। ଏହା ବଢ଼ୁଥିବା ପ୍ରତିଯୋଗିତା, ବୃଦ୍ଧି ପାଉଥିବା ଆର୍ଥିକ ଚାପ ଏବଂ ସେମାନଙ୍କ କ୍ୟାରିୟରକୁ ଉନ୍ନତ କରିବାର ଆବଶ୍ୟକତା ଆଦି କାରଣ ଯୋଗୁ ମାନସିକ ଚାପ ବଢ଼ୁଛି। ଯାହା ବ୍ରେନ୍ ଫଗ ସୃଷ୍ଟି ଏହାବର ଏକ ବଡ଼ କାରଣ ଭାବେ ଉଭା ହୋଇଛି।

ବ୍ରେନ ଫଗର କେମିତି ହେବା ନିରାକରଣ?

(୧) ସ୍କ୍ରିନ୍ ସମୟ ସୀମିତ କରନ୍ତୁ। ସ୍କ୍ରିନ୍ ଉପରେ ଦିନକୁ ମାତ୍ର ୨ ଘଣ୍ଟାରୁ ଅଧିକ ସମୟ ବିତାଇବେ ନାହିଁ। ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
(୨) ଗୋଟିଏ ଥରରେ ଏକାଧିକ କାର୍ଯ୍ୟ କରନ୍ତୁ ନାହିଁ। ଏହା ମସ୍ତିଷ୍କକୁ ଅଧିକ ଭାରକ୍ରାନ୍ତ କରିଥାଏ, ଯାହା ବ୍ରେନ ଫଗ ସୃଷ୍ଟି କରିପାରେ।
(୩) ସର୍ବଦା ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ଯଦି ଆପଣଙ୍କର ଭିଟାମିନ୍ B12, D, କିମ୍ବା ଆଇରନ ଅଭାବ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
(୪) ନିୟମିତ ବ୍ୟାୟାମ କରନ୍ତୁ। ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରେ।
(୫) ସାରା ଦିନ ନିଜକୁ ହାଇଡ୍ରେଟ୍ ରଖନ୍ତୁ। ଡିହାଇଡ୍ରେସନ୍ ସ୍ମୃତିକୁ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ ଏବଂ ମାନସିକ ପ୍ରଖରତା ହ୍ରାସ କରିପାରେ।

ବ୍ରେନ ଫଗ ପାଇଁ କେବେ ଡାକ୍ତରଙ୍କୁ ଦେଖାଇବା ଉଚିତ?

ଯଦି ଯୁବକମାନେ ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଏହି ସମସ୍ୟା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ। ସବୁବେଳେ କ୍ଳାନ୍ତ ଲାଗିବା, ଦ୍ୱନ୍ଦ୍ୱ ସୃଷ୍ଟି ହେବା, ୱର୍କ ପରଫରମାନ୍ସସ କମିବା, ସମ୍ପର୍କ ନିଭାଇବାରେ ପୂର୍ବ ଅପେକ୍ଷା ଅଧିକ କଷ୍ଟ ଲାଗିବା, ଅନ୍ୟମାନଙ୍କ ସହ କଥାବାର୍ତ୍ତା କଲାବେଳେ ସମସ୍ୟା ହେବା ଆଦି ସମସ୍ୟା ଦେଖା ଦେଉଥିଲେ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।