ଲଣ୍ଡନ: କିଅର ଷ୍ଟାରମରଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ନୂଆ ନେତାଙ୍କ ଦୌଡରେ ସବୁଠୁ ଆଗରେ ଏଣ୍ଡି ବର୍ନହୈମ ଓ ଭେସ୍ ଷ୍ଟ୍ରିଟିଙ୍ଗ ଙ୍କ ସମେତ ୫ ଦିଗ୍ଗଜ ଦାବିଦାରଙ୍କ ନାମ ଏବେ ଆଗରେ ଚାଲିଛି। ଏଥିରେ ଷ୍ଟାରମରଙ୍କ ଉତ୍ତରାଧିକାରୀ ଭାବେ ଏଣ୍ଡି ବର୍ନହୈମଙ୍କୁ ବ୍ୟାପକ ରୂପେ ଅଗ୍ରଣୀ ପ୍ରାର୍ଥୀ ରୂପେ ଦେଖା ଯାଉଛି। ବର୍ନହୈମଙ୍କୁ ଲେବରପାର୍ଟି ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିଛି ଓ ସମ୍ଭାବିତ ଉତ୍ତରାଧିକାରୀ ଭାବେ ଅନ୍ତରୀଣ ସର୍ଭେକ୍ଷଣରେ ଲଗାତାର ଆଗରେ ରହିଛନ୍ତି।

ୱେସ୍ ଷ୍ଟ୍ରିଟିଙ୍ଗ
ପୂର୍ବତନ ସ୍ୱାସ୍ଥ୍ୟ ସଚିବ ୱେସ୍ ଷ୍ଟ୍ରିଟିଂ ଙ୍କୁ ଲେବର ପାର୍ଟିର ନେତୃତ୍ୱ ନିମନ୍ତେ ସବୁଠୁ ମଜଭୁତ ଦାବିଦାରଙ୍କ ମଧ୍ୟରେ ଅନ୍ୟତମ ମନେ କରାଯାଉଛି। ସଂସଦରେ ତାଙ୍କର ବିପୁଳ ସମର୍ଥନ ଥିବା ବେଳେ ଜଣେ ସୁ ବକ୍ତା ଭାବେ ସେ ଜଣାଶୁଣା। ଗତମାସରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ଷ୍ଟ୍ରିଟିଂ ଙ୍କ ମଧ୍ୟମମାର୍ଗି ରାଜନୀତିକୁ ନେଇ ସମାଲୋଚକଙ୍କ କହିବା କଥା ହେଲା ଏହା ଦ୍ୱାରା ପାର୍ଟିର ପାରମ୍ପରିକ ସମର୍ଥକ ଆଧାର ତାଙ୍କଠାରୁ ଦୂରେଇ ପାରେ।

ଏଞ୍ଜେଲା ରେନର
ଲେବରପାର୍ଟିର ଉଦାର ବାମପନ୍ଥୀ ଗୋଷ୍ଠୀରେ ଲୋକପ୍ରିୟ ଏଞ୍ଜେଲା ରେନରଙ୍କୁ ପାର୍ଟିର ଶୀର୍ଷ ନେତୃତ୍ୱ ଓ ଷ୍ଟାରମରଙ୍କ ଉତ୍ତରାଧିକାରୀ ରୂପେ ଦେଖା ଯାଉଛି। ତେବେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ସେ ସିଧାସଳଖ ଦାବି କରିବାକୁ ମନା କରିଦେଇଛନ୍ତି। ଏଥିରେ ଯଦି ନିର୍ବାଚନ ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ପଦବୀ ନିମନ୍ତେ ପ୍ରାର୍ଥୀ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଲେବରପାର୍ଟିର କିଛି ନେତାଙ୍କ ଅନୁସାରେ ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନରେ ସେ ସର୍ବସମ୍ମତ ପ୍ରାର୍ଥୀ ରୂପେ ଛିଡା ହୋଇ ପାରନ୍ତି ଓ ଦରକାର ପଡିଲେ ସେ ବର୍ନହୈମଙ୍କ ସହ ମେଣ୍ଟ ମଧ୍ୟ କରିପାରନ୍ତି।

ଶବାନା ମହମୁଦ
ଗୃହସଚିବ ଶବାନା ମହମୁଦଙ୍କୁ ମଧ୍ୟ ଲେବରପାର୍ଟି ନେତୃତ୍ୱ ଲାଗି ସବୁଠୁ ଦୃଢ ଦାବିଦାରଙ୍କ ମଧ୍ୟରେ ଅନ୍ୟତମ ଦେଖା ଯାଉଛି। ମହମୁଦଙ୍କୁ ଲେବର ପାର୍ଟି ଦକ୍ଷିଣପନ୍ଥୀ ପ୍ରଭାବଶାଳୀ ନେତାଙ୍କ ସମର୍ଥନ ରହିଛି। ଗୋଟିଏପଟେ ତାଙ୍କ ସମର୍ଥକ ତାଙ୍କର ଅଭିଜ୍ଞତା ଓ ନୀତିଗତ ଯୋଗ୍ୟତାକୁ ପ୍ରଶଂସା କରୁଥିବା ବେଳେ ସମାଲୋଚକ ତାଙ୍କୁ ମଧ୍ୟମମାର୍ଗୀ ମନେ କରନ୍ତି।

ଅଲ କାନର୍ସ
ପୂର୍ବତନମନ୍ତ୍ରୀ ତଥା ସାମରିକ ଅଭିଜ୍ଞତା ଥିବା ଅଲ କାନର୍ସଙ୍କୁ ଲେବରପାର୍ଟିର ନେତୃତ୍ୱ ନେବା ଲାଗି ଜଣେ ନୂଆ ତଥା ଅନୁଶାସିତ ଚେହେରା ଭାବେ ଦେଖା ଯାଉଛି ଓ ଗତ ସପ୍ତାହରେ ତାଙ୍କ ଇସ୍ତଫା କୁ ନେଇ ପରେ ନୈତିକ ମହତ୍ୱାଙାକ୍ଷାକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି। ତେବେ ପ୍ରଧାନମନ୍ତ୍ରୀ ପଦବୀ ନିମନ୍ତେ ସେ ଏ ପର୍ଯ୍ୟନ୍ତ ଔପଚାରିକ ରୂପେ ନିଜର ଋଚି ଦେଖାଇ ନାହାନ୍ତି। ତେବେ ଭବିଷ୍ୟତରେ ସେ ଏଥି ପାଇଁ ଦାବିଦାର ନ ହେବେ ତାହା କୁହାଯାଇ ପାରୁନି।