• ବିଜେପିକୁ ୯୬ରୁ ୯୮
  • କଂଗ୍ରେସକୁ ୨୬-୧୮
  • ଏଆଇୟୁଡିଏଫକୁ ୧-୫
  • ସ୍ୱାଧୀନ ପ୍ରାର୍ଥୀଙ୍କୁ ୧-୩ଟି ଆସନ ମିଳିପାରେ

ନୂଆଦିଲ୍ଲୀ ୧୫।୩: ଆସାମ ବିଧାନସଭା ନିର୍ବାଚନ ପାଇଁ ରବିବାର ତାରିଖ ଘୋଷଣା ସହିତ ରାଜ୍ୟର ଓପିନିୟନ ପୋଲ ମଧ୍ୟ ସାମ୍ନାକୁ ଆସିଯାଇଛି। ମାଟ୍ରିଜ-ଇଆନସ ଓପିନିୟନ ପୋଲରେ ଜନତାଙ୍କ ମନ ଜାଣିବାକୁ ଚେଷ୍ଟା କରିଛନ୍ତି। ଏଥିରୁ ବିଜେପି ରାଜ୍ୟରେ ଲଗାତାର ତୃତୀୟବାର ସରକାର କରୁଥିବାର ସୂଚନା ମିଳୁଛି। ଏହି ନିର୍ବାଚନରେ ବିରୋଧୀ କଂଗ୍ରେସ ଓ ଏଆଇୟୁଡିଏଫକୁ ସୁଯୋଗ ମିଳିବାର ସମ୍ଭାବନା ଖୁବ କମ ଥିବାର ଜଣାପଡୁଛି। ଓପିନିୟନ ପୋଲ ଅନୁସାରେ ଏଥର ମଧ୍ୟ ବିଜେପିକୁ ଲ୍ୟାଣ୍ଡସ୍ଲାଇଡ ଭିକ୍ଟ୍ରି ମିଳିବାକୁ ଯାଉଛି।

ବିଧାନସଭା ନିର୍ବାଚନରେ ବିଜେପିକୁ ୯୬ରୁ ୯୮ଟି ସିଟ୍ ମିଳୁଥିବା ବେଳେ କଂଗ୍ରେସକୁ ୨୬-୧୮ଟି, ଏଆଇୟୁଡିଏଫକୁ ୧-୫ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୧-୩ଟି ଆସନ ମିଳିପାରେ। ଓପିନିୟନ ପୋଲ ଅନୁସାରେ କଂଗ୍ରେସ ଓ ଏଆଇୟୁଡିଏଫ ଏହି ନିର୍ବାଚନରେ ବିଜେପିର ମୁକାବିଲା କରିବାରେ ଅସଫଳ ହେଉଥିବା ଅନୁମାନ କରାଯାଇଛି। ଆସାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥି ପାଇଁ ଗେଜେଟ୍ ନୋଟିଫିକେସନ ମାର୍ଚ୍ଚ ୧୬ ତାରିଖରେ ଜାରି ହେବ।

ଆସାମରେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ମାର୍ଚ୍ଚ ୨୩ ହୋଇଥିବା ବେଳେ ୯ ଏପ୍ରିଲ ୨୦୨୬ରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଫଳାଫଳ ୪ ମେ ୨୦୨୬ରେ ଘୋଷଣା ହେବ। ଏଥିରେ ୨୦୨୧ ଆସାମ ବିଧାନସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏଥିରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ବିଜେପି ଏଠାରେ ୬୦ଟି ଆସନ ହାତେଇଥିଲା। ସେହିପରି କଂଗ୍ରେସକୁ ୨୯ଟି ଆସନ ମିଳିଥିବା ବେଳେ ଏଆଇୟୁଡିଏଫକୁ ୧୬ ଓ ଆସାମ ଗଣପରିଷଦକୁ ୯ଟି ସିଟ୍ ମିଳିଥିଲା। ଏହା ଛଡା ନିର୍ବାଚନରେ ବିପିଏଫ ପ୍ରଥମ ଥର ୪ଟି ଆସନ ହାତେଇବାରେ ସଫଳ ହୋଇଥିଲା।

Also Read..
ଆସାମ ନିର୍ବାଚନ ତାରିଖ ଘୋଷଣା; କେବେ ପଡ଼ିବ ଭୋଟ କେବେ ହେବ ଗଣନା?