• ୯ ଦିନ ଧରି ଏଫଆଇଆର ରୁଜୁ ନ ହେବେ ନେଇ ଏବେ ଉଠୁଛି ପ୍ରଶ୍ନ
  • ପେପର ଲିକ୍ ମାଫିଆ ନେଟୱାର୍କ ନିର୍ବାଚନ ରାଜନୀତି ମେଣ୍ଟର ଗହନ ପ୍ରଶ୍ନ ଉଠୁଛି
  • ଅଭିଯୁକ୍ତମାନେ ୨୬ରୁ ୨୭ ଏପ୍ରିଲ ମଧ୍ୟରେ ୩୦ ଲକ୍ଷ ଟଙ୍କା ଦେଇ ପେପର କିଣିଥିଲେ

ଜୟପୁର: ସାରା ଦେଶରେ ୨୨ଲକ୍ଷରୁ ଅଧିକ ମେଡିକାଲ ଆଶାୟୀଙ୍କ ଭବିଷ୍ୟତକୁ ନେଇ ଉପୁଜିଥିବା ବିବାଦ ଏବେ ରାଜନୈତିକ ରଙ୍ଗ ଧାରଣ କରିଛି। ଏନଇଇଟି ୟୁଜି ପରୀକ୍ଷାକୁ ଏନଟିଏ ବାତିଲ କରିଦେଇଛନ୍ତି ଓ ସିବିଆଇ ତଦନ୍ତ ଆଦେଶ ଦିଆଯାଇଛି। ଏହି ମାମଲାରେ ରାଜସ୍ଥାନର ଜମଭାରାମଗଡ଼ (ଜୟପୁର ଗ୍ରାମୀଣ)ରୁ ଗିରଫ ଦୁଇ ଭାଇ ଦିନେଶ ବିଂୱାଲ ଓ ମାଙ୍ଗିଲାଲ ବିଂୱାଲଙ୍କୁ ପେପର ଲିକ୍ ର ମୁଖ୍ୟ ଅଭିଯୁକ୍ତ କରାଯାଇଛି।କଂଗ୍ରେସ ଦିନେଶ ବିଂୱାଲଙ୍କୁ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ପଦାଧିକାରୀ କହି ଶାସକ ବିଜେପି ବିରୋଧରେ ସଂରକ୍ଷଣର ଅଭିଯୋଗ ଆଣିଛି।ଏହି ମାମଲାରେ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ସ୍ପଷ୍ଟିକରଣ ଆସି ନାହିଁ। ଏହା ସାଧାରଣ ଏକ ପରୀକ୍ଷା ଅନିୟମିତତା ନୁହେଁ, ଏହାଦ୍ୱାରା ରାଜ୍ୟରେ ପେପର ଲିକ୍ ମାଫିଆ ନେଟୱାର୍କ ନିର୍ବାଚନ ରାଜନୀତି ମେଣ୍ଟର ଗହନ ପ୍ରଶ୍ନ ଉଠୁଛି।

ଦିନେଶ ବିଂୱାଲ କିଏ?
ଦିନେଶ ବିଂୱାଲ ଜୟପୁର ଗ୍ରାମୀଣ ଜିଲ୍ଲା ଜମଭାରାମଗଡ଼ କ୍ଷେତ୍ରର ବାସିନ୍ଦା ଓ ଭାଇରାଲ ପୋଷ୍ଟର ଅନୁସାରେ ସେ ବିଜେପି ଯୁବ ମୋର୍ଚ୍ଚା (ବିଜେୱାଇଏମ) ଜିଲ୍ଲାସ୍ତରର ପଦାଧିକାରୀ ଥିଲେ। ସେ ହୁଏତ ଜିଲ୍ଲା ମହାମନ୍ତ୍ରୀ ଅଥବା ସମକକ୍ଷ ପଦରେ ଥିଲେ। ତାଙ୍କ ଫେସବୁକ୍ ଓ ଅନ୍ୟ ପ୍ଲାଟଫର୍ମରେ ତାଙ୍କର ବିଜେପି ନେତାଙ୍କ ସହ ଫଟୋ ରହିଛି। ଏଥିରେ ତାଙ୍କୁ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର, ସ୍ଥାନୀୟ ବିଧାୟକ ମହେନ୍ଦ୍ର ପାଲ ମିଣା ଓ ଅନ୍ୟ ବିଜେପି ନେତାଙ୍କ ସହ ଦେଖା ଯାଉଛି । ଏକ ପୋଷ୍ଟରରେ ଦିନେଶ ନିଜକୁ ବିଜେୱାଇଏମ ଜିଲ୍ଲାମନ୍ତ୍ରୀ, ଜୟପୁର ଗ୍ରାମୀଣ ରୂପେ ଲେଖିଥିବାର ଦେଖା ଯାଉଛି। ଏବେ କଂଗ୍ରେସ ଏହି ସବୁ ଛବିକୁ ସେୟାର କରି ବିଜେପି ଉପରେ ‘ପେପର ଲିକ୍ ମାଫିଆ’ ସହ ସମ୍ପର୍କ ବୋଲି ଉଲ୍ଲେଖ କରିଛି।

ମଙ୍ଗିଲାଲ ବିଂୱାଲ
ମଙ୍ଗିଲାଲ ବିଂୱାଲ ଦିନେଶ ବିଂୱାଲର ବଡ଼ ଭାଇ। ଦୁଇ ଭାଇଙ୍କ ମଧ୍ୟରୁ ଜଣକର ପୁଅ ଏନଇଇଟି ପ୍ରସ୍ତୁତି କରୁଥିଲା। ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ଯାଞ୍ଚ ଅନୁସାରେ ଅଭିଯୁକ୍ତମାନେ ୨୬ରୁ ୨୭ ଏପ୍ରିଲ ମଧ୍ୟରେ ୩୦ ଲକ୍ଷ ଟଙ୍କା ଦେଇ ପେପର କିଣିଥିଲେ। ପରେ ସେମାନେ ଏହାକୁ ଅନ୍ୟମାନଙ୍କୁ ଲକ୍ଷଲକ୍ଷ ଟଙ୍କା ବିନିମୟରେ ବିକ୍ରି କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ସୋସିଆଲ ମିଡିଆ ଗ୍ରୁପ ମାଧ୍ୟମରେ ଏହାକୁ ଫରୱାର୍ଡ ମଧ୍ୟ କରିଛନ୍ତି। ତେବେ ବିଜେପି ସହ ଦିନେଶ ବିଂୱାଲର ସମ୍ପର୍କ ସ୍ଥାନୀୟ ସ୍ତରରେ ବୋଲି କୁହାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସି ନାହିଁ।

କଂଗ୍ରେସର ଅଭିଯୋଗ ଓ ଅଶୋକ ଗେହଲଟଙ୍କ ଟାର୍ଗେଟ
ତେବେ ପେପର ଲିକ୍ କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଏବେ ବିଜେପିର ପୋଲ୍ ଖୋଲି ଯାଇଛି। ପେପର ଲିକ୍ ମାମଲାରେ ଗିରଫ ଦିନେଶ ବିଜେପି ପଦାଧିକାରୀ ଓ ଏହି କାରଣରୁ ରାଜସ୍ଥାନର ବିଜେପି ସରକାର ଏନଇଇଟି ପେପର ଲିକ୍ ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଏତଲା କରି ନାହାନ୍ତି। ଏ ନେଇ ମୁଁ ମେ ୧୧ ତାରିଖରୁ କହି ଆସୁଛି ବୋଲି ଅଶୋକ ଗେହଲୋଟ ଉଲ୍ଲେଖ କରିଛନ୍ତି।ତେବେ କେବଳ ଅଶୋକ ଗେହଲଟ ନୁହନ୍ତି ବିଧାନସଭାରେ ବିରୋଧୀ ଦଳ ନେତା ଟିକାରାମ ଜୁଲି ମଧ୍ୟ ୯ ଦିନ ଧରି ଏଫଆଇଆର ରୁଜୁ ନ ହେବେ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ତର୍କ ହେଉଛି ରାଜ୍ୟର ବିଜେପି ସରକାର ଜାଣିଶୁଣି ମାମଲାକୁ ଚପାଇବାକୁ ଉଦ୍ୟମ କରୁଛନ୍ତି କାରଣ ଅଭିଯୁକ୍ତ ପାର୍ଟି ସହ ଜଡିତ। ଏପର୍ଯ୍ୟନ୍ତ ବିଜେପି ଅଥବା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସରକାରଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ। ସରକାରଙ୍କ ଫୋକସ ଏବେ ଯାଞ୍ଚ ଉପରେ, ସିବିଆଇ ଯାଞ୍ଚ ଚାଲିଛି ଯାହା କେନ୍ଦ୍ର ସରକାରଙ୍କ ଅଧୀନ।

Also Read..NEET UG ପରୀକ୍ଷା ବାତିଲ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ