ନୂଆଦିଲ୍ଲୀ ୦୧। ୦୪: ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଚୈତ୍ର ମାସର ପୂର୍ଣ୍ଣିମା ତିଥି ସବୁଠୁ ଉଚ୍ଚ ବୋଲି ବିବେଚନା କରାଯାଏ। ଏହି ଦିନ ସଙ୍କଟମୋଚନ ହନୁମାନଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଏ। କ୍ୟାଲେଣ୍ଡର ଅନୁଯାୟୀ, ଚୈତ୍ର ପୂର୍ଣ୍ଣିମା ଏପ୍ରିଲ ୨ ରେ ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚୈତ୍ର ପୂର୍ଣ୍ଣିମା ଦିନ କରାଯାଇଥିବା ଦାନ କେବଳ ମାନସିକ ଶାନ୍ତି ଆଣି ନଥାଏ ବରଂ ଘରେ ସୁଖ-ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ। ଯଦି ଆପଣ ବି ଚାହାଁନ୍ତି ଆପଣଙ୍କ ଘର ବର୍ଷସାରା ସୁଖ-ଶାନ୍ତିରେ ଭରି ରହୁ, ତେବେ ଏହି ଚୈତ୍ର ପୂର୍ଣ୍ଣିମା ଦିନ ରାଶି ଏବଂ ପରମ୍ପରା ଅନୁଯାୟୀ କିଛି ବିଶେଷ ଜିନିଷ ଦାନ କରନ୍ତୁ।

ଚୈତ୍ର ପୂର୍ଣ୍ଣିମା ଦିନ କଣ ଦାନ କରିବେ?

ଅନ୍ନ ଦାନ :ଏହି ଦିନ ଗରିବ ଲୋକଙ୍କୁ ଅନ୍ନ ଦାନ କରିବା ଅତ୍ୟନ୍ତ ପୂଣ୍ୟକର୍ମ ବୋଲି କୁହାଯାଏ। ଏହା ଦ୍ୱାରା ଘରେ କେବେ ବି ଅନ୍ନର ଅଭାବ ହୁଏ ନାହିଁ।

ଜଳ ଏବଂ ପାତ୍ର ଦାନ :ଗରମ ଆରମ୍ଭରୁ ପାଣିରେ ଭରିହୋଇ ରହିଥିବା ଏକ ମାଠିଆ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ବସ୍ତ୍ର ଦାନ :ଚୈତ୍ର ପୂର୍ଣ୍ଣିମା ଦିନ ନୂତନ ବସ୍ତ୍ର ଦାନ କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ଆସିଥାଏ। ଏହି ଦାନ ଦାରିଦ୍ରତା ଦୂର କରିଥାଏ।

ଗୁଡ଼ ଏବଂ ଚିନି ଦାନ:ମିଠା ଜିନିଷ ଦାନ କରିବା ଦ୍ୱାରା ସମ୍ପର୍କରେ ମଧୁରତା ଏବଂ ପରିବାରରେ ସ୍ନେହ ପ୍ରେମ ବଢିଥାଏ।

ଫଳ ଏବଂ ଭୋଜନ ଦାନ :ଗରିବଙ୍କୁ ଖାଦ୍ୟ ଦେବା ଏବଂ ଫଳ ଦାନ କରିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ।

ଚୈତ୍ର ପୂର୍ଣିମାରେ ବିଶେଷ ଉପାୟ :

-ଭଗବାନ ବିଷ୍ଣୁ ଏବଂ ହନୁମାନଙ୍କୁ ପୂଜା କରନ୍ତୁ

-ସତ୍ୟନାରାୟଣ କଥା ପାଠ କରନ୍ତୁ

-ସନ୍ଧ୍ୟାରେ ଦୀପ ଜଳାନ୍ତୁ

ଚୈତ୍ର ପୂର୍ଣ୍ଣିମାର ଧାର୍ମିକ ମହତ୍ୱ :

ଚୈତ୍ର ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ, ଚନ୍ଦ୍ର ଦେବ ଏବଂ ହନୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି। ଏହି ଦିନ ଗଙ୍ଗା ସ୍ନାନ, ବ୍ରତ, ପୂଜା ଏବଂ ଦାନ କରିବା ଦ୍ୱାରା ସମସ୍ତ ପାପ ନାଶ ହୋଇଥାଏ। ଜୀବନରେ ସକରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ। ମାନ୍ୟତା ରହିଛି ଏହି ଦିନ କରାଯାଇଥିବା ପୂଣ୍ୟ କର୍ମ ଅନେକ ଗୁଣା ଫଳ ପ୍ରାପ୍ତ କରିଥାଏ ଏବଂ ବ୍ୟକ୍ତିକୁ ମାନସିକ ସୁଖ-ଶାନ୍ତି ପ୍ରାପ୍ତ ହୋଇଥାଏ।

Also Read- Hanuman Jayanti: ୧ ନା ୨ ଏପ୍ରିଲ ! କେବେ ପାଳନ ହେବ ହନୁମାନ ଜୟନ୍ତୀ ? ଜାଣନ୍ତୁ ପୂଜା ବିଧି ଓ ଶୁଭ ମୁହୁର୍ତ୍ତ