ତେହରାନ, ୦୧ /୦୩: ତେହରାନ ଧ୍ୱଂସ । ସବୁଠି ବୋମା ବର୍ଷା । ମରିଛନ୍ତି ସର୍ବୋଚ୍ଚ ନେତା ଖାମେନି । ଆହୁରି ଅନେକ ଅଧିକାରୀଙ୍କୁ ଇସ୍ରାଏଲ-ଆମେରିକା ବୋମାମାଡ କରି ହତ୍ୟା କରିଛନ୍ତି । ତେବେ ଇରାନ ଉପରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ଏବଂ ଆମେରିକା ଜିବିୟୁ-୨୮ ଲେଜର୍ ଗାଇଡେଡ୍ ପେନେଟ୍ରେଟର ବୋମାର ବ୍ୟବହାର କରିଥିଲେ ବୋଲି ଜଣାପଡିଛି ।

ଓ୍ୱାଲ୍ ଷ୍ଟ୍ରିଟ୍ ଅଫ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଇସ୍ରାଏଲ୍ ଫାଇଟର ଜେଟ୍ ଖାମେନି ରହୁଥିବା ଘରେ ୩୦ଟି ବୋମା ପକାଇଥିଲା । ଜିବିୟୁ-୨୮ ହେଉଛି ୨୨୬୮ର ବଙ୍କର ବଷ୍ଟର ବୋମା । ଯାହା ମାଟି ତଳ ବଙ୍କର ଏବଂ ଅଣ୍ଡର ଗ୍ରାଉଣ୍ଡ୍ କୋଠରୀକୁ ଧ୍ୱଂସ କରିଥାଏ । ଖାମେନି ସବୁଠୁ ସୁରକ୍ଷିତ ସ୍ଥାନରେ ଥିଲେ । ସେ ବଙ୍କରରେ ଲୁଚିଥିଲେ । ତଥାପି ପ୍ରାଣ ହରାଇଛନ୍ତି । ତେଣୁ ଜିବିୟୁ-୨୮ ଭଳି ବୋମାର ବ୍ୟବହାର କରାଯାଇଥିବା ବିଶେଷଜ୍ଞ ଅନୁମାନ କରୁଛନ୍ତି ।

ଏହି ଖବରଟି ପଢନ୍ତୁ...  ଜୁନିଅର ଖାମେନି ହେଲେ ଇରାନର ସର୍ବୋଚ୍ଚ ନେତା, ନୂଆ ମୁଖ୍ୟ ଭାବେ ଏବେଠୁ ସମ୍ଭାଳିବେ ଦାୟିତ୍ୱ !

ଅନ୍ୟ ଦିଗରେ ଗୋଟିଏ ବିମାନରୁ ଏକା ସଙ୍ଗେ ୩୦ଟି ଜିବିୟୁ-୨୮ ବୋମା ପକାଯାଇ ପାରିବ ନାହିଁ । କାରଣ ଏହା ବହୁତ ଭାରି । ଇସ୍ରାଏଳର ଏଫ-୧୫ଆଇ ଲଢୁଆ ବିମାନ ସାଧାରଣ ଭାବେ ଗୋଟିଏ କିମ୍ବା ଦୁଇଟି ଜିବିୟୁ-୨୮ ସାମିଲ କରିପାରିବ । ୩୦ଟି ବୋମା ପକାଇବା ପାଇଁ ୧୫ରୁ ଅଧିକ ବିମାନକୁ ବ୍ୟବହାର କରାଯାଇଛି । ଦିନ ସମୟରେ ସଠିକ ଆକ୍ରମଣ ପାଇଁ ଏତେ ସବୁ ବିମାନର ବ୍ୟବହାର ଜରୁରୀ ।

ଜିବିୟୁ-୨୮ କ'ଣ ?

ଜିବିୟୁ-୨୮ ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଲେଜର୍ ଗାଇଡେଡ୍ ବଙ୍କର ବଷ୍ଟର ମିଶାଇଲ । ଯାହାର ଓଜନ ୨୨୬୮ କେଜି । ଏହାର ଲମ୍ବ ମଧ୍ୟ ୧୯ ଫୁଟ୍ ଅର୍ଥାତ ୬ ମିଟର । ଏଥିରେ ୨୮୬ କେଜିର ହାଇ ଏକ୍ସପ୍ଲୋସିଭ୍ ରହିଥାଏ । ଏହା ଲେଜର ଗାଇଡେଡ୍ ରେ ପରିଚାଳିତ ହୁଏ ଯେଉଁଥିରେ ପାଇଲଟ ମାଟିରେ ଲେଜର ପଏଣ୍ଟ କରି ବୋମାକୁ ଆକାଶରୁ ପକାଇଥାନ୍ତି । ସବୁଠୁ ବଡ କଥା ହେଲା ଯେ ଏହି ଶକ୍ତିଶାଳୀ ବୋମା ୨୦-୩୦ ଫୁଟର କଙ୍କ୍ରିଟକୁ ଧ୍ୱଂସ କରିପାରେ ।