ଚଣ୍ଡିଖୋଲ: ବଡ଼ଚଣା ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି । ଯାହାକୁ ନେଇ ବଡ଼ଚଣା ଥାନା ପରିସରରେ ଚାପା ଉତ୍ତେଜନା । ବଡ଼ଚଣା ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି ବିଜେଡି ନେତା ।

ସୂଚନା ଅନୁସାରେ, ଶୁକ୍ରବାର ବଡ଼ଚଣା ଥାନା ଅଧୀନ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ନିର୍ବାଚନ ସମୟରେ ବିଜେଡି ଯୁବନେତାଙ୍କୁ ହୋଇଥିବା ଆକ୍ରମଣ ପ୍ରତିବାଦରେ ବିଜେଡି ପକ୍ଷରୁ ବଡ଼ଚଣା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହାକୁ ପ୍ରତିବାଦ କରିଥିଲେ ବିଜେପି ନେତା ଓ କର୍ମୀମାନେ।

ଯାହା ଫଳରେ ବଡଚଣା ଥାନା ପରିସରରେ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ଥାନା ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ବଡ଼ଚଣା ଥାନା ଅଧିକାରୀ ଉଭୟ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ବଡ଼ଚଣା ଥାନା ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଥିଲେ ବିଜେଡି ନେତା।